www.samajalive.in
Sunday, December 14, 2025
14.1 C
Bhubaneswar

ଅଫିସରେ ଖାଇବା ପରେ ଆପଣଙ୍କୁ ନିଦ ଲାଗୁଛି କି ? ଜାଣନ୍ତୁ କ’ଣ କରିବେ..

କାର୍ଯ୍ୟାଳୟରେ ଖରାବେଳର ଭୋଜନ କରିବା ପରେ ଅଧିକାଂଶ ଲୋକଙ୍କୁ ନିଦ ଲାଗି ଥାଏ। ଏହାସହ ଅନେକ ସମୟରେ ଥକ୍କାପଣ ମଧ୍ୟ ଅନୁଭବ ହୋଇଥାଏ। ଖାଇବା ପରେ ନିଦ ଲାଗିଲେ କାମରେ ଆଗ୍ରହ ଆସିନଥାଏ। ଫଳରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ତେଣୁ ଖରାବେଳର ଖାଦ୍ୟ ଖାଇବା ପରେ ନିଦ ଲାଗୁଥିଲେ ଏହି ୫ଟି କାମ ନିଶ୍ଚୟ କରନ୍ତୁ। ଏହାଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

ଜାତକରେ ଏହି ସ୍ଥାନରେ ଶନି ରହିଲେ ରାଜା ଭଳି ମିଳେ ଜୀବନ, ହୋଇଥାଏ ଧନ ବୃଦ୍ଧି..

- Advertisement -

ଏକ ସୁସ୍ଥ ଓ ପୋଷଣରେ ଭରପୁର କିଛି ଜିନିଷ ଆପଣଙ୍କୁ ଶକ୍ତି ଯୋଗାଇବା ସହ ଥକ୍କାପଣ ଦୂର କରିଥାଏ। ତେଣୁ ଖରାବେଳ ଭୋଜନ କରିବା ପରେ ସେଓ, କଦଳୀ କିମ୍ବା ଆପଣଙ୍କୁ ଯେଉଁ ଫଳ ପସନ୍ଦ ଅଳ୍ପ ମାତ୍ରାରେ ଏହାର ସେବନ କରନ୍ତୁ। ଏହାସହ ଫଳ ଜୁସ୍ ମଧ୍ୟ ପିଇ ପାରିବେ।

ଖରାବେଳର ଭୋଜନ କରିବା ପରେ କିଛି ସମୟ ପାଇଁ ବାହାରେ ବୁଲି ଆସନ୍ତୁ କିମ୍ବା ଅଳ୍ପ କିଛି ସମୟ ଯୋଗ କରନ୍ତୁ। ଏହା ମଧ୍ୟ ଏକ ଉତ୍ତମ ବିକଳ୍ପ। ଏହା ଶରୀରକୁ ସୁସ୍ଥ ରଖିବା ସହ ଆଳସ୍ୟପଣ, ଥକ୍କାପଣ ସମ୍ପୂର୍ଣ୍ଣ ଭାବେ ଦୂର କରିଥାଏ। କାମ କରିବାକୁ ଶକ୍ତି ପ୍ରଦାନ କରିଥାଏ।

ଧରା ପଡିଲେ ଲୁଟେରା ଗ୍ୟାଙ୍ଗ ; ୧ କେଜି ସୁନା, ଲକ୍ଷ ଲକ୍ଷ ଟଙ୍କା ଜବତ

ଖରାବେଳର ଖାଦ୍ୟ ଖାଇବା ପରେ କାର୍ଯ୍ୟାଳୟରେ ନିଦ ଲାଗିବାର ସବୁଠାରୁ ମୁଖ୍ୟ କାରଣ ହେଉଛି ଆବଶ୍ୟକତା ଠାରୁ ଅଧିକ ଭୋଜନ କରିବା। ତେଣୁ ଭୋକ ମାତ୍ରା ଅନୁଯାୟୀ, ଆବଶ୍ୟକ ପରିମାଣରେ ଖାଦ୍ୟ ଖାଆନ୍ତୁ। ଏହାସହ ଭାତ, ଆଳୁ, ପନୀରକୁ ଖାଆନ୍ତୁ ନାହିଁ। ନଚେତ୍ କମ୍ ପରିମାଣରେ ମାସକୁ ୭ ରୁ ୮ ଥର ଖାଆନ୍ତୁ।

ଖାଲି ତାୱା ନୁହେଁ ; ଚୁଟକିରେ କୁକରରେ ପ୍ରସ୍ତୁତ ହୋଇପାରିବ ରୁଟି..

ଖରାବେଳର ଖାଦ୍ୟ ଖାଇବା ପରେ କିଛି ସମୟ ପାଇଁ ସଙ୍ଗୀତ ଶୁଣନ୍ତୁ। ଏହା ଦ୍ୱାରା ମନ ଓ ମସ୍ତିଷ୍କକୁୁ ଶାନ୍ତି ମିଳିଥାଏ। ସତେଜ ମଧ୍ୟ ଅନୁଭବ ହୋଇଥାଏ।

ଖରାବେଳର ଭୋଜନ ପରେ କାର୍ଯ୍ୟାଳୟରେ ଲାପଟପରେ, ବହିରେ କିମ୍ବା ବଗିଚାରେ ରଙ୍ଗବେରଙ୍ଗର ଫୁଲ ଓ ବିଭିନ୍ନ ଗଛକୁ ଦେଖନ୍ତୁ। ଏହା ସବୁଠାରୁ ଉତ୍ତମ ଉପାୟ। ଏହାଦ୍ୱାରା ମନ ଓ ମସ୍ତିଷ୍କ ଶାନ୍ତ ରହିବା ସହ ଖୁସି ଅନୁଭବ ହୋଇଥାଏ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories