www.samajalive.in
Saturday, December 6, 2025
15.1 C
Bhubaneswar

ରାତ୍ରୀ ଭୋଜନ ପରେ ୧୫ ମିନିଟ୍‌‌ କରନ୍ତୁ ଏହି କାମ: ମାରାତ୍ମକ ରୋଗଠାରୁ ରହିବେ ଦୂରେଇ

ସମାଜ ଡିଜିଟାଲ ଡେସ୍କ: ଆଜିର ବ୍ୟସ୍ତବହୁଳ ଜୀବନରେ ଅନେକ ଥର ଆମେ ନିଜର ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେବାରେ ଅସମର୍ଥ ହୋଇଥାନ୍ତି। କାର୍ଯ୍ୟର ବ୍ୟସ୍ତତା ଏବଂ ମାନସିକ ଚାପ ମଣିଷକୁ ଏତେ ମାତ୍ରାରେ ଘାରିଛି ଯେ ଶରୀରକୁ କିପରି ସୁସ୍ଥ ଏବଂ ଫିଟ୍‌‌ ରଖିବା ତାହା ଉପରେ ଆମେ କେହି ଧ୍ୟାନ ଦେଉନାହାଁନ୍ତି। ହେଲେ ପ୍ରଥମେ ଶରୀରକୁ ସୁସ୍ଥ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ। ଏଥିପାଇଁ ଭଲ ଖାଦ୍ୟ ଖାଇବା ସହ ପ୍ରତିଦିନ ବ୍ୟାୟାମ କରିବା ଅତ୍ୟନ୍ତ ଜରୁରୀ। ସଠିକ୍‌‌ ସମୟରେ ଖାଦ୍ୟ ଖାଇବା ସହ ଯୋଗ ଏବଂ ବ୍ୟାୟାମ କରିବା ନିହାତି ଆବଶ୍ୟକ। ଶରୀରକୁ ସୁସ୍ଥ ରଖିବା ପାଇଁ ଏକ ସନ୍ତୁଳିତ ଖାଦ୍ୟ ସହିତ ବ୍ୟାୟାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନେକ ଲୋକ ପ୍ରାୟତଃ ଆଜିକାଲି ଜିମ୍‌‌ ଯିବା, ଯୋଗ କରିବା ଏବଂ ବ୍ୟାୟାମ କରିବାକୁ ସମୟ ପାଇନଥାନ୍ତି। ଏପରି ସ୍ଥିତିରେ ଯଦି ସେମାନେ ଖାଦ୍ୟ ଖାଇବା ପରେ କିଛି ସମୟ ଚାଲିବାକୁ ଚେଷ୍ଟା କରନ୍ତି ତେବେ ସେମାନେ ଫିଟ୍‌‌ ରହିପାରିବେ। ଆସନ୍ତୁ ଖାଦ୍ୟ ଖାଇବା ପରେ କେତେ ସମୟ ଚାଲିବେ ଏବଂ ଏହାଦ୍ୱାରା କଣ ଲାଭ ମିଳିବ ଜାଣିବା।

ଏହି ୫ଟି ଖାଦ୍ୟକୁ ୨ୟ ଥର ଗରମ କଲେ ହୋଇଥାଏ ବିଷ..


ବିଶେଷଜ୍ଞଙ୍କ ମତରେ ଖାଇବା ପରେ ଚାଲିବା ଦ୍ୱାରା ଶରୀରରେ ହଜମ ପ୍ରକ୍ରିୟା ସଠିକ୍‌‌ ଭାବରେ ହୋଇଥାଏ। ବିଶେଷ କରି ରାତିରେ ଖାଦ୍ୟ ଖାଇବା ପରେ ତୁରନ୍ତ ଶୋଇବାକୁ ଯାଆନ୍ତୁ ନାହିଁ। ବରଂ କିଛି ସମୟ ନିଶ୍ଚିତ ଭାବେ ବାହାରେ ଖୋଲା ପବନରେ ବୁଲିବାକୁ ପ୍ରୟାସ କରନ୍ତୁ। ଏହାଦ୍ୱାରା ମାଇଣ୍ଡ ଫ୍ରେସ୍‌‌ ହୁଏ, ହଜମ ପ୍ରକ୍ରିୟା ସଠିକ୍‌‌ ଭାବେ ହୋଇଥାଏ। କୋଷ୍ଠକାଠିନ୍ୟ ଏବଂ କେଲୋରେକ୍ଟଲ କର୍କଟ ଭଳି ରୋଗର ଆଶଙ୍କା କମ୍‌‌ ରହିଥାଏ। ଖାଦ୍ୟ ଖାଇବା ପରେ ବୁଲିବା ଦ୍ୱାରା ରକ୍ତରେ ଶର୍କରା ସ୍ତର ମଧ୍ୟ ନିୟନ୍ତ୍ରଣ କରାଯାଇପାରେ। ଟାଇପ୍‌‌-୧ ଏବଂ ଟାଇପ୍‌‌-୧ ମଧୁମେହ ରୋଗୀମାନେ ସେମାନଙ୍କର ଦୈନଦିନ ଜୀବନରେ ଭୋଜନ ପରେ ୧୦ ମିନିଟ୍‌‌ ନିଶ୍ଚିତ ଭାବେ ଚାଲିବାକୁ ଅଭ୍ୟାସ କରନ୍ତୁ।

ଭାରତରେ କମ୍‌‌ ବୟସ୍କ କାହିଁକି ହେଉଛନ୍ତି କର୍କଟ ରୋଗର ଶିକାର

- Advertisement -


ରାତିରେ ଖାଦ୍ୟ ଖାଇବା ପରେ ଚାଲିବା ଅଭ୍ୟାସ ଆପଣଙ୍କୁ ହୃଦଘାତରୁ ମଧ୍ୟ ଦୂରେଇ ରଖିବ। ତେଣୁ ପ୍ରତିଦିନ ଖାଦ୍ୟ ଖାଇବା ପରେ ପ୍ରାୟ ୫ରୁ ୧୦ ମିନିଟ୍‌‌ ଚାଲନ୍ତୁ। ଏହା ଆପଣଙ୍କୁ ଭଲ ନିଦ କରିବାରେ ସାହାଯ୍ୟ କରିବା ଏବଂ ଆପଣଙ୍କ ଶରୀରରେ ରକ୍ତ ସଞ୍ଚାଳନରେ ଉନ୍ନତି ହେବ। ଯଦି ଚାଲିବା ପାଇଁ ଆମେ ସଠିକ୍‌‌ ସମୟ ଦେଖିବା ତେବେ ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନ ପରେ କିଛି ସମୟ ଚାଲିବା ନିହାତି ଜରୁରୀ। କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ରାତ୍ରୀ ଭୋଜନ ପରେ ୧୦-୧୫ମିନିଟ୍‌‌ ବାହାରେ ଚାଲିବା ଉଚିତ୍‌‌। ଏହା କରିବା ଦ୍ୱାରା ଆପଣ ସାରା ଜୀବନ ସୁସ୍ଥ ରହିପାରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories