www.samajalive.in
Saturday, December 13, 2025
21.1 C
Bhubaneswar

ଖାଲି ତାୱା ନୁହେଁ ; ଚୁଟକିରେ କୁକରରେ ପ୍ରସ୍ତୁତ ହୋଇପାରିବ ରୁଟି..

ଭାରତ ଦେଶ ସହ ଅନେକ ଦେଶର ମୁଖ୍ୟ ଖାଦ୍ୟ ଭାତ ଓ ରୁଟି। ଭାତ ଭଳି ରୁଟି ଖାଇବାକୁ ଅନେକ ପସନ୍ଦ କରିଥାଆନ୍ତି। ରୁଟିକୁ ଲୋକେ ସାଧାରଣତଃ ଡାଲି, ତରକାରୀ, ବିଭିନ୍ନ ପ୍ରକାର ଚଟଣିରେ ଖାଇ ଥାଆନ୍ତି। ପେଟ ଭର୍ତ୍ତି ହେବା ସହ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପକାରୀ। ବାସି ରୁଟି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଏସବୁ କାରଣରୁ ସଭିଁଙ୍କ ଘରେ ରୁଟି ନିଶ୍ଚୟ ପ୍ରସ୍ତୁତ କରାଯାଏ। ଖରାଦିନେ ରୁଟି ପ୍ରସ୍ତୁତ କରିବାକୁ ଅନେକଙ୍କୁ କଷ୍ଟ ଅନୁଭବ ହୋଇଥାଏ। ମାତ୍ର ରୁଟି ପ୍ରସ୍ତୁତ କରିବା ପାଇଁ ଏଭଳି ଏକ ସହଜ ଉପାୟ ବିଷୟରେ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ସେଭଳି ଏକ ଶୈଳୀ ଏବେ ଖୁବ୍ ଭାଇରାଲ ହେଉଛି। ଜାଣନ୍ତୁ କୁକରରେ ସହଜରେ କିଭଳି ରୁଟି ତିଆରି କରି ପାରିବେ।

୧୨ ବର୍ଷ ପରେ ଗୁରୁ-ଶୁକ୍ରରେ ଯୋଗ : ଏହି ରାଶି ହେବେ ମାଲାମାଲ୍, ଖୋଲିବ ବନ୍ଦ ଭାଗ୍ୟର ତାଲା..

- Advertisement -

ପ୍ରଥମେ ଅଟାରେ ପାଣି ମିଶାଇ ଅଟା ଚକଟା ପ୍ରସ୍ତୁତ କରନ୍ତୁ। କିଛି ସମୟ ଏହାକୁ ରଖି ଦିଅନ୍ତୁ। ବର୍ତ୍ତମାନ ଛୋଟ ଛୋଟ ଆକୃତିର ଗୁଳା ପ୍ରସ୍ତୁତ କରନ୍ତୁ। ଏହାକୁ ବେଲି ଦିଅନ୍ତୁ।

ବନ୍ଦ ଭାଗ୍ୟର ତାଲା ଖୋଲେ କର୍ପୂର ଓ ପାଣିର ଏହି ଉପାୟ: ଦୂର ହୁଏ ଟଙ୍କା ଅଭାବ..

ଏହି ସବୁ ରୁଟିକୁ ଏକ ପ୍ଲେଟରେ ରଖି ଦିଅନ୍ତୁ। ରୁଟି ଗୁଡିକ ପରସ୍ପର ସହ ନଲାଗିବା ପାଇଁ ରୁଟି ମଝିରେ ସାମାନ୍ୟ ଅଟା ଛିଞ୍ଚି ଦିଅନ୍ତୁ। ଏହାପରେ କୁକର ଚାରି ପଟେ ସାମାନ୍ୟ ତେଲ ଲଗାନ୍ତୁ। ଗ୍ୟାସରେ କୁକର ବସାନ୍ତୁ। କୁକରର ସିଟି କାଢି ଦିଅନ୍ତୁ।

ନବରାତ୍ରୀରେ ତୁଳସୀଙ୍କ ଏହି ଉପାୟ ଭାଗ୍ୟ ଚମକାଇବ..

ଏହାପରେ କୁକରରେ ବେଲି ଥିବା ରୁଟି ଗୁଡିକୁ ରଖି ଦିଅନ୍ତୁ। କୁକର ଖୋଳ ଦେଇ ଦିଅନ୍ତୁ। କିଛି ସମୟରେ ରୁଟି ଗୁଡିକୁ ଓଲଟାଇ ଦିଅନ୍ତୁ। ମାତ୍ର ଅଳ୍ପ କିଛି ମିନିଟରେ ରୁଟି ପ୍ରସ୍ତୁତ ହୋଇ ଯିବ।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories