www.samajalive.in
Saturday, December 6, 2025
19.1 C
Bhubaneswar

୧୭ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ମୋବାଇଲ ରିଚାର୍ଜ, 5G ପାଇଁ ଦେବାକୁ ପଡିବ ଅଧିକ ପଇସା

ନୂଆଦିଲ୍ଲୀ : ଟେଲିକମ୍ କମ୍ପାନୀମାନେ ମୋବାଇଲ ସେବାର ଅଲଗା ଅଲଗା ପ୍ଲାନର ଟାରିଫ୍ ବଢାଇବାକୁ ଯାଉଛନ୍ତି । ଚଳିତ ବର୍ଷ ମୋବାଇଲ ସେବାର ଟାରିଫରେ ୧୫-୧୭ ପ୍ରତିଶତ ବୃଦ୍ଧି ହୋଇପାରେ । ଅନ୍ୟପଟେ ଜିଓ ଓ ଏୟାରଟେଲ୍ ନିଜ ପ୍ରିମିୟମ୍ ଉପଭୋକ୍ତାଙ୍କୁ ଦେଉଥିବା ଅନଲିମିଟେଡ୍ ଡାଟା ବନ୍ଦ କରିପାରନ୍ତି ।

ଟାରିଫ୍ ବୃଦ୍ଧିର ନିଷ୍ପତ୍ତି ଜୁନ-ଜୁଲାଇ ସୁଦ୍ଧା କମ୍ପାନୀ ନେଇପାରେ । କିଛି ଏକ୍ସପର୍ଟ୍ସଙ୍କ ସୂଚନା ଅନୁସାରେ ମୋବାଇଲ ଫୋନ୍ ସେବା ୨୦ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ । ତେବେ ୪ଜି ତୁଳନାରେ ୫ଜି ସେବା ପାଇଁ ୫-୧୦ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ଚାର୍ଜ ଆଦାୟ କରାଯାଇପାରେ ।

ଚାଟଜିପିଟି ଭଳି ମେଟା ଆଣିଲା AI ଚାଟବୋଟ୍: କଥା ହେବ, ଜବାବ ଦେବ

- Advertisement -

ବଜାର ଅଂଶଧନ ଅନୁସାରେ ଦେଶର ଦ୍ବିତୀୟ ବଡ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ୍ ୩ ବର୍ଷରେ ରେଭିନ୍ୟୁ ପର ୟୁଜର(ଆରପିୟୁ) ଅର୍ଥାତ୍ ପ୍ରତି ଉପଭୋକ୍ତା ପିଛା ହାରାହାରି ଆୟ ୨୦୮ ଟଙ୍କାରୁ ବଢାଇ  ୨୮୬ ଟଙ୍କା ପର୍ଯ୍ୟନ୍ତ ନେଇଯିବାକୁ ଚାହୁଁଛି । ଏଥିପାଇଁ ଟାରିଫରେ ପ୍ରାୟ ୫୫ ଟଙ୍କାର ବୃଦ୍ଧି କରିବା ପାଇଁ କମ୍ପାନୀ ନିଷ୍ପତ୍ତି ନେଇଛି । ସେହିଭଳି ଜିଓ ନିଜ ଟାରିଫରେ ଚଳିତ ବର୍ଷ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି କରିପାରେ । କହିରଖୁଛୁ ୨୦୨୧ରେ ମୋବାଇଲ ଟାରିଫ୍ ବଢିଥିଲା । ସେହି ସମୟରେ ଭୋଡାଫୋନ୍ ଆଇଡିଆ ପ୍ରାୟ ୨୦ ପ୍ରତିଶତ, ଭାରତୀ ଏୟାରଟେଲ୍ ଏବଂ ଜିଓ ୨୫ ପ୍ରତିଶତ ଟାରିଫ୍ ବଢାଇଥିଲେ ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories