www.samajalive.in
Sunday, December 14, 2025
19.1 C
Bhubaneswar

ଚାଟଜିପିଟି ଭଳି ମେଟା ଆଣିଲା AI ଚାଟବୋଟ୍: କଥା ହେବ, ଜବାବ ଦେବ

ନୂଆଦିଲ୍ଲୀ : ଯେବେ ଚାଟଜିପିଟି ଆସିଥିଲା ସେବେ ସମସ୍ତଙ୍କୁ ଚକିତ କରିଥିଲା । ଏହା ସମସ୍ତଙ୍କ ପ୍ରଶ୍ନର ଉତ୍ତର ଦେଇପାରୁଥିଲା, ଗଣିତ ପ୍ରଶ୍ନର ସମାଧାନ କରିପାରୁଥିଲା ଏବଂ ଆହୁରି ବହୁତ କିଛି କରୁଥିଲା । ଏବେ ମେଟା ମଧ୍ୟ ଆଉ ପଛରେ ପଡିନି । ହ୍ବାଟ୍ସଆପ୍ ପାଇଁ ନିଜର କୃତ୍ରିମ ବୁଦ୍ଧିମତା ଚାଟବୋଟ୍ ନେଇଆସିଛି ମେଟା ।

ମେଟା ଏଆଇ ଏମିତି ଏକ ଚାଟବୋଟ୍ ଯାହା ଆପଣଙ୍କ ସହ ଆଲୋଚନା କରିବ, ଆପଣଙ୍କ ପ୍ରଶ୍ନର ଉତ୍ତର ଦେବ । ଆପଣଙ୍କର ଅନେକ କାମକୁ ସହଜ କରିପାରିବ । ଏହା ଏବେ ହ୍ବାଟ୍ସଆପରେ ନଜର ଆସୁଛି ଏବଂ କିଛି ଭାରତୀୟ ଉପଭୋକ୍ତାଙ୍କୁ ଏହାର ଆକ୍ସେସ୍ ମଧ୍ୟ ମିଳିଯାଇଛି ।

ହ୍ୱାଟ୍ସଆପ୍ : ଏହି ୪ଟି ମେସେଜ୍ କ୍ଲିକ୍ କରିବା ପଡିବ ମହଙ୍ଗା,ହେବ ଆକାଉଣ୍ଟ ଖାଲି..

- Advertisement -

ଏମିତି ମେଟା ଏଆଇ ସହ କଥା ହୋଇପାରିବେ

ନିଜ ହ୍ବାଟ୍ସଆପକୁ ପ୍ରଥମେ ଅପଡେଟ୍ କରନ୍ତୁ

ଚାଟ୍ ତାଲିକାରେ ଉପର ଡାହାଣ ପଟେ ଏକ ଛୋଟ ରଙ୍ଗିନ ରିଂ ଭଳି ଆଇକନ ନଜର ଆସିବ

ଏହା ଉପରେ କ୍ଲିକ୍ କରନ୍ତୁ

ନିୟମ ଏବଂ ସର୍ତ୍ତକୁ ପଢି ସ୍ବୀକାର କରନ୍ତୁ

‘ଆସ୍କ ମେଟା ଏଆଇ ଏନିଥିଙ୍ଗ୍’ ବକ୍ସରେ ନିଜ ପ୍ରଶ୍ନ ଟାଇପ କରନ୍ତୁ ବା ପରାମର୍ଶ ମଧ୍ୟରୁ ଚୟନ କରନ୍ତୁ

ସେଣ୍ଡ୍ ବଟନ ଉପରେ କ୍ଲିକ୍ କରି କୃତ୍ରିମ ବୁଦ୍ଧିମତା ସହ କଥାବାର୍ତ୍ତା ଆରମ୍ଭ କରନ୍ତୁ

କହିରଖୁଛୁ ମେଟା କୃତ୍ରିମ ବୁଦ୍ଧିମତା କେବଳ ସେହି ପ୍ରଶ୍ନର ଉତ୍ତର ଦେଇପାରିବ ଯାହା ତା ମଧ୍ୟରେ ପ୍ରସ୍ତୁତ କରାଯାଇଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories