www.samajalive.in
Saturday, December 13, 2025
26.1 C
Bhubaneswar

ବିପଦ ମୁହଁରେ ତାଳଚେର: ନଷ୍ଟ ହେଉଛି ଜଳ, ଜମି, ଜଙ୍ଗଲ

ତାଳଚେର :  ପ୍ରକୃତିର ସମ୍ଭାର ତାଳଚେର ଜାତୀୟ ସ୍ୱାର୍ଥପାଇଁ ଆଜି ନିଃସ୍ବ। ଅଞ୍ଚଳର ଜଳ, ଜମି ଓ ଜଙ୍ଗଲ ଆଜି ବିପଦରେ। କେବଳ ରାଜସ୍ବ ଆଦାୟ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯେପରି ପ୍ରକୃତି ଉପରେ କୁଠାରଘାତ କରୁଛନ୍ତି। ଦିନ ଆସିବ ତାଳଚେର ମରୁଭୂମି ପାଲଟିଯିବା ଆଶଙ୍କାକୁ ଏଡ଼ାଇ ଦେଇ ହେବନି। ଅତିମାତ୍ରାରେ ଜଙ୍ଗଲ, ଝରଣା ଓ ନଦୀ କ୍ଷୟ ହେଉଥିବାରୁ ତାଳଚେର ଏକ ଉତ୍ତପ୍ତ ଅଞ୍ଚଳରେ ପରିଣତ ହୋଇସାରିଛି। କୋଇଲା ଖଣି  ଓ ଶକ୍ତିକେନ୍ଦ୍ରଗୁଡ଼ିକ ପାଇଁ ସଂରକ୍ଷିତ ଓ ଗ୍ରାମ୍ୟଜଙ୍ଗଲ ପଦା ହୋଇଛି।

୧୯୨୭ ମସିହାରେ ଇଂରେଜମାନେ ତାଳଚେର ଅଞ୍ଚଳକୁ ଆସି କଳାହୀରା ଉପରେ ଲୋଲୁପ ଦୃଷ୍ଟି ପକାଇ ଗଚ୍ଛିତ କୋଇଲା ଉତ୍ତୋଳନ ଆରମ୍ଭ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ବ୍ରିଟିଶ୍ କମ୍ପାନୀ ଏଠାରୁ ଫାଇଦା ଉଠାଇ ଚାଲିଯିବା ପରେ ଏହାକୁ ସରକାର ହାତକୁ ନେଇ ଖଣି ଖନନ କାର୍ଯ୍ୟ ଜାରି ରଖିଥିଲେ। ଜାତୀୟ ସ୍ବାର୍ଥ ପାଇଁ ଏହାକୁ ଏକ ସମନ୍ୱିତ ଧାରାରେ ଖନନ କରାଯିବା ବଦଳେ  ଦୂରଦୃଷ୍ଟି ହେଉ କିମ୍ବା ଅଧିକ ରାଜସ୍ୱ ଆଶାରେ ହେଉ ପ୍ରକୃତି ଦତ୍ତ ସମ୍ପତ୍ତିର ଅହରହ ଉତ୍ତୋଳନ ଜାରି ରହିଛି। ଅଧିକାଂଶ ଅଞ୍ଚଳ ବିପଦ ମୁହଁକୁ ଚାଲି ଯାଇଛି। ହିଙ୍ଗୁଳା ବାଉଁଶବଣ, ନକେଇପଶି, ରାକଶବାହାଳ, ଡ଼ଅଁରା, ଜାମ୍ବୁବାହାଳି, ହିଲୋଇ,  ଏକଡ଼ାଳ, ଲାଙ୍ଗିଯୋଡା, ମଦନମୋହନପୁର, ବ୍ରାହ୍ମଣୀବାହାଳ ଓ ବଲଣ୍ଡା ଜଙ୍ଗଲ ବର୍ତ୍ତମାନ ନଷ୍ଟଭ୍ରଷ୍ଟ ହୋଇଯାଇଛି।  ପୁରାତନ ଡ଼ଅଁରା ଓ କଳମଛୁଇଁ ଅଞ୍ଚଳରେ ଶହଶହ ଏକର ଜମିରେ ରହିଥିବା ସତ୍ୟବାଦୀ ସାଗର, ବ୍ରାହ୍ମଣୀବାହାଳ ନାଳ, ବିରାଟକାୟ  ପୋଖରୀ, ହ୍ରଦ ଓ ପାଣିମାହାରା ଆଜି ଖଣିଖାଦାନରେ ବିଲୀନ ହୋଇଯାଇଛି। ଜଙ୍ଗଲ ପଦା ହୋଇ ଯାଇଥିବାରୁ କଲରାପତିରିଆ ବାଘ, ଭାଲୁ, ମାଙ୍କଡ଼, ହରିଣ, କୁଟୁରା ସମେତ ବିରଳ ଜଙ୍ଗଲୀ  ଜନ୍ତୁ ଆଜି ବିଲୁପ୍ତପ୍ରାୟ। ଏ ଅଞ୍ଚଳରେ ବସବାସ କରି ଆସୁଥିବା ଚାଷୀ, କମାର, କୁମ୍ଭାର, ବଢ଼େଇ ବେଉସା ହରାଇଛନ୍ତି। ମହୁଲ, ଝୁଣା, ମହୁ, ଜାଳେଣିକାଠ, ଟୁଲ, ଆମ୍ବ, ପଣସ, ଔଷଧୀୟ ଚେରମୂଳି, ଶାଳ ଓ କେନ୍ଦୁପତ୍ର ଇତ୍ୟାଦି ସଂଗ୍ରହ କରି ଜୀବନ ନିର୍ବାହ ପାଇଁ ଯେଉଁ ଜଙ୍ଗଲ ଉପରେ ଲୋକେ ନିର୍ଭର କରୁଥିଲେ ସେହି ଜଙ୍ଗଲ ଲୋପ ପାଇଯିବାରୁ ଶହଶହ ପରିବାର ହତାଶା ମଧ୍ୟରେ ରହିଛନ୍ତି।

- Advertisement -

ପ୍ରାୟ ୭୦ ବର୍ଷ ପୂର୍ବେ ପ୍ରକୃତିଦତ୍ତ ସୌନ୍ଦର୍ଯ୍ୟମୟ ପରିବେଶ ମଧ୍ୟରେ ରହିଥିବା ତାଳଚେରରେ ଆଉ ସେହି ଅବସ୍ଥା ନାହିଁ।  କୋଇଲା ଖଣିଗୁଡିକରୁ କୋଇଲା ଉତ୍ତୋଳନ କରି ସାରିଲା ପରେ ମାଟି ଭର୍ତ୍ତିକରି ପୁନଶ୍ଚ ସମତୁଲ କରି ସେଠାରେ ନୂତନ ଚାରା ରୋପଣ ହେଉନି। କେବଳ କାଗଜକଲମରେ କୋଟି କୋଟି ଟଙ୍କା ଚାରା ରୋପଣ ନାମରେ ଖର୍ଚ୍ଚ କରାଯାଇଛି। ଏଠିକାର ବାସିନ୍ଦା ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ତ୍ରାହିତ୍ରାହି ଡ଼ାକ ଦେଲେଣି। କେବଳ ସେତିକି ନୁହେଁ ଏବେ ଘରୋଇ କମ୍ପାନୀଗୁଡିକ ବିଭିନ୍ନ କୋଲ ବ୍ଲକ ପାଇଁ ଆବେଦନ ଜାରି ରଖିଛନ୍ତି। ଯଦି ସେମାନଙ୍କୁ ସମ୍ପୃକ୍ତ ଅଞ୍ଚଳ ପ୍ରଦାନ କରାଯାଏ ତେବେ ତାଳଚେରରେ ବସବାସ ପାଇଁ ଆଉ ଜାଗା ଖଣ୍ଡେ ମିଳିବ ନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories