www.samajalive.in
Sunday, December 7, 2025
26.1 C
Bhubaneswar

ଚୈତ୍ର ନବରାତ୍ର : ୯ ଦିନ କି କି ଭୋଗ କରିବେ ଅର୍ପଣ..

ନବରାତ୍ରର ପର୍ବ ପ୍ରତ୍ୟେକ ଭାରତୀୟ ଓ ହିନ୍ଦୁ ସଂସ୍କୃତିରେ ଖୁବ୍ ମହତ୍ତ୍ୱ ରହିଛି। ଏହି ଦିନରେ ଦେବୀ ଦୁର୍ଗାଙ୍କର ୯ ସ୍ୱରୂପକୁ ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ଭୋଗ ଅର୍ପଣ କରାଯାଏ। ଭକ୍ତ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ତେବେ ଜାଣନ୍ତୁ ଏହି ୯ ଦିନରେ କି କି ଭୋଗ ଅର୍ପଣ କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ।

ନବରାତ୍ରର ପ୍ରଥମ ଦିନ ଅର୍ଥାତ ମା’ଶୈଳପୁତ୍ରୀଙ୍କ ଦିନ। ଏହି ଦିନ ମା’ଙ୍କୁ ଗାଈର ଶୁଦ୍ଧ ଦେଶୀ ଘିଅର ଭୋଗ ଅର୍ପଣ କରିବା ଦ୍ୱାରା ସମସ୍ତ ଦୁଃଖ ଦୂର ହେବା ସହ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ। ଏହାଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ସମ୍ପର୍କ ସହ ଜୀବନରେ ସର୍ବଦା ହସଖୁସି ରହିଥାଏ। ଆରୋଗ୍ୟର ଆଶୀର୍ବାଦ ମିଳିଥାଏ। ବିଭିନ୍ନ ସମସ୍ୟା ଦୂର ହୋଇ ଶରୀର ନିରୋଗ ରହିଥାଏ।

- Advertisement -

ନବରାତ୍ରର ୨ୟ ଦିନରେ ମା’ବ୍ରହ୍ମଚାରିଣୀଙ୍କର। ଏହି ଦିନ ମା’ଙ୍କୁ ଚିନି ଭୋଗ ଅର୍ପଣ କରନ୍ତୁ।ଏହାଦ୍ୱାରା ପରିବାର ଲୋକଙ୍କ ଆୟୁ ବୃଦ୍ଧି ହୋଇଥାଏ।

ଚାଣକ୍ୟ ନୀତି : ଏହି ୩ଟି ଉପାୟରେ ଶୀଘ୍ର ହେବେ ଧନୀ..

ନବରାତ୍ରର ୩ୟ ଦିନ ମା’ ଦୁର୍ଗାଙ୍କର ସ୍ୱରୂପ ମା’ଚନ୍ଦ୍ରଘଣ୍ଟାଙ୍କର। ଏହି ଦିନ ମା’ଙ୍କୁ କ୍ଷୀରରେ ପ୍ରସ୍ତୁତ ମିଠା ଭୋଗ କରନ୍ତୁ। ମା’ପ୍ରସନ୍ନ ହେବା ସହ ବିଶେଷ କୃପା ପ୍ରାପ୍ତି ହୋଇଥାଏ।ଏହାଦ୍ୱାରା ବିଭିନ୍ନ ଦୁଃଖରୁ ମୁକ୍ତି ମିଳିଥାଏ।

ନବରାତ୍ରର ୪ର୍ଥ ଦିନ ମା’କୁଷ୍ମାଣ୍ଡାଙ୍କ ପୂଜା-ଆରାଧନା କରାଯାଏ। ଏହି ଦିନ ମା’ଙ୍କୁ ମାଲପୁଆ ଭୋଗ ଅର୍ପଣ କରନ୍ତୁ।ଏହି ଭୋଗକୁ ମନ୍ଦିରର ବ୍ରାହ୍ମଣକୁ ଦାନ ଦେବା ଦ୍ୱାରା ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ।ଏହାଦ୍ୱାରା ଶରୀର ନିରୋଗ ରହିଥାଏ।

ନବରାତ୍ରର ପଞ୍ଚମ ଦିନରେ ମା’ସ୍କନ୍ଦମାତାଙ୍କର। ଏହି ଦିନ ମା’ଙ୍କୁ କଦଳୀ ଭୋଗ ଅର୍ପଣ କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ।

ନବରାତ୍ରର ଷଷ୍ଠ ଦିନ ଦେବୀ କାତ୍ୟାୟନୀଙ୍କୁ ସମର୍ପିତ। ଏହି ଦିନ ମା’ଙ୍କୁ ମହୁ ଭୋଗ ଅର୍ପଣ କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହାଦ୍ୱାରା ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ।

ଚୈତ୍ର ନବରାତ୍ରୀରେ ଏହି ଉପାୟରେ ଦୂର ହେବ ବାସ୍ତୁ ଦୋଷ..

ନବରାତ୍ରର ସପ୍ତମ ଦିନ ଦେବୀ ଦୁର୍ଗାଙ୍କର ସପ୍ତମ ସ୍ୱରୂପ ମା’ କାଳରାତ୍ରୀଙ୍କର ପୂଜା-ଆରାଧନା କରାଯାଇଥାଏ। ଏହି ଦିନ ମା’ଙ୍କୁ ଗୁଡ ଭୋଗ ଅର୍ପଣ କରନ୍ତୁ।ବହୁ ସଙ୍କଟରୁ ରକ୍ଷା ମିଳେ।

ନବରାତ୍ରର ଅଷ୍ଟମ ଦିନ ଦେବୀ ଦୁର୍ଗାଙ୍କର ଅଷ୍ଟମ ସ୍ୱରୂପ ମା’ମହାଗୌରୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ଏହି ଦିନ ମା’ଙ୍କୁ ନଡିଆ ଭୋଗ ଅର୍ପଣ କରି ଏହାର ସେବନ କରନ୍ତୁ। ଏହାକୁ ଦାନ ମଧ୍ୟ କରନ୍ତୁ। ଏହା ଦ୍ୱାରା ସନ୍ତାନ ଜନିତ ସୁଖପ୍ରାପ୍ତି ହୋଇଥାଏ। ମା’ଙ୍କୁ ଲାଲ ଫୁଲ ଅର୍ପଣ କରିବା ସହ ଖିରୀ, ହାଲୱା, ମିଠା ଆଦି ଭୋଗ କରନ୍ତୁ।

ନବରାତ୍ରର ନବମ ଦିନରେ ମା’ସିଦ୍ଧିଦାତ୍ରୀଙ୍କର ପୂଜା କରାଯାଇଥାଏ। ଏହି ଦିନ ମା’ଙ୍କୁ ରାଶି ଅର୍ପଣ କରିବା ସହ ବ୍ରାହ୍ମଣକୁ ଦାନ କରନ୍ତୁ।

 

 

 

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories