ଚୈତ୍ର ନବରାତ୍ରୀରେ ଏହି ଉପାୟରେ ଦୂର ହେବ ବାସ୍ତୁ ଦୋଷ..

ଚୈତ୍ର ନବରାତ୍ରୀ ପର୍ବ ଏପ୍ରିଲ ୯ରୁ ଆରମ୍ଭ ହେବ। ଏହି ୯ ଦିନରେ ମା’ଦୁର୍ଗାଙ୍କର ୯ଟି ସ୍ୱରୂପକୁ ପୂଜାର୍ଚ୍ଚନା କରାଯାଏ। ଏହାସହ ଅଷ୍ଟମୀ କିମ୍ବା ନବମୀ ଦିନ କନ୍ୟା ପୂଜା କରାଯାଇ ଭକ୍ତ ନିଜ ବ୍ରତ ସମ୍ପୂର୍ଣ୍ଣ କରିଥାଆନ୍ତି। ନବରାତ୍ରୀରେ ମା’ ଭକ୍ତଙ୍କ ଘରେ ବିରାଜମାନ କରିଥାଆନ୍ତି। ମାନ୍ୟତା ଅନୁଯାୟୀ, ଚୈତ୍ର ୯ ରାତ୍ରୀରେ ୯ ଦିନ କିଛି ସ୍ୱତନ୍ତ୍ର ଉପାୟ ଆପଣାଇବା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ। ନବରାତ୍ରୀ ସମୟରେ ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ କରିବା ଦ୍ୱାରା ବାସ୍ତୁ ଦୋଷରୁ ମୁକ୍ତି ମିଳିଥାଏ। ଏହି ସମୟରେ କିଛି ବିଶେଷ ଉପାୟ ଆପଣାଇବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ। ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ।

ଚୈତ୍ର ନବରାତ୍ରୀ ପର୍ବ ଆରମ୍ଭ ହେବା ପୂର୍ବରୁ ଘରକୁ ଭଲ ଭାବେ ପରିଷ୍କାର କରନ୍ତୁ। ପୁରୁଣା ଅଦରକାରୀ ଜିନିଷ ଘରୁ ବାହାର କରି ଦିଅନ୍ତୁ। ଏହାଦ୍ୱାରା ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ। ଅଳ୍ପ କିଛି ଚାଉଳରେ କିଛି ହଳଦୀ କିମ୍ବା ସିନ୍ଦୂର ମିଶାଇ ଦିଅନ୍ତୁ। ଏଥିରେ ସ୍ୱସ୍ତିକ ଚିହ୍ନ କରନ୍ତୁ। ଏହା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ। ଘରର ସଦସ୍ୟଙ୍କ ପାଇଁ ସୌଭାଗ୍ୟ ଓ ସମୃଦ୍ଧି ଆକର୍ଷିତ କରିଥାଏ।

୫୦ ବର୍ଷ ପରେ ଏହି ଦିନ ସବୁଠାରୁ ବଡ ସୂର୍ଯ୍ୟପରାଗ : କେଉଁ ରାଶି ପାଇଁ କେତେ ଶୁଭ..

ପର୍ବପର୍ବାଣି ସମୟରେ ମୁଖ୍ୟ ଦ୍ୱାରରେ ତୋରଣ ନିଶ୍ଚୟ ଲଗାନ୍ତୁ। ଆମ୍ବ ପତ୍ର ତୋରଣ ମଧ୍ୟ ଲଗାଇ ପାରିବେ। ଏହାଦ୍ୱାରା ଘରେ ସମୃଦ୍ଧି, ଉନ୍ନତି ଓ ସୁଖସମୃଦ୍ଧି ପ୍ରବେଶ କରିଥାଏ। ଉତମ ସ୍ୱାସ୍ଥ୍ୟ ଓ ଧନ ପ୍ରାପ୍ତି ହୋଇଥାଏ।

ପୂଜା ଘରକୁ ମଧ୍ୟ ସଫା କରି ମା’ଦୁର୍ଗାଙ୍କ ପ୍ରତିମା ସ୍ଥାପନ କରନ୍ତୁ। ଉତର-ପୂର୍ବ କୋଣରେ ରଖନ୍ତୁ। ପ୍ରତିମାକୁ ସର୍ବଦା ଉଚ୍ଚ ସ୍ଥାନରେ ରଖନ୍ତୁ। ପୂଜାର ସମସ୍ତ ସାମଗ୍ରୀ ଦକ୍ଷିଣ-ପୂର୍ବ ଦିଗରେ ରଖନ୍ତୁ।

ରାହୁ-କେତୁ,ଶନି ଦଶାରୁ ମୁକ୍ତି ଦିଏ ଏହି ରୁଦ୍ରାକ୍ଷ : ଏମିତି କରନ୍ତୁ ଧାରଣ..

ନବରାତ୍ରୀ ପୂଜା ସମୟରେ ବ୍ୟକ୍ତିଙ୍କ ମୁଖ ପୂର୍ବ ଦିଗ ଆଡକୁ ହେବା ଆବଶ୍ୟକ। ଏହାସହ ପ୍ରାର୍ଥନା କରିବା ସମୟରେ ମୁଖ ଉତର ଦିଗକୁ ହେବା ଆବଶ୍ୟକ। ଏହାଦ୍ୱାରା ସଫଳତା ମିଳିବା ସହ ସାହସ ବୃଦ୍ଧି ପାଇଥାଏ। ନବରାତ୍ରୀର ପ୍ରଥମ ଦିନରେ ପୂଜା ଘରେ ଏକ ପାତ୍ରରେ ସଫା ପାଣିରେ ଫୁଲ ଭର୍ତି କରି କଳସ ରଖନ୍ତୁ।

ପୂଜାର ଶେଷ ଦିନ ଘର ଯାକ ପବିତ୍ର ଜଳ ପକାନ୍ତୁ। ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବା ସହ କଳହ ଦୂର ହୋଇଥାଏ। ଅଧିକ ସକରାତ୍ମକ ପ୍ରଭାବ ପାଇଁ ରୋଷେଇ ଘରେ ମଧ୍ୟ କଳସ ରଖିପାରିବେ। ଅଖଣ୍ଡ ଦୀପ ଲଗାନ୍ତୁ। ଏହାଦ୍ୱାରା ଅଖଣ୍ଡ ସୌଭାଗ୍ୟ ଓ ଶାନ୍ତି ପ୍ରାପ୍ତି ହୋଇଥାଏ।

ନବରାତ୍ରୀରେ ମା’ଦୁର୍ଗାଙ୍କୁ ଲାଲ ରଙ୍ଗର ପୋଷାକ ପିନ୍ଧାନ୍ତୁ। ମା’ଙ୍କ ପୂଜା ପାଇଁ ଚାନ୍ଦି କିମ୍ବା ତମ୍ବା ବାସନ ବ୍ୟବହାର କରନ୍ତୁ। ବାସ୍ତୁ ଅନୁଯାୟୀ, ଘରର ପୂର୍ବ କୋଣରେ ତୁଳସୀ ବୃକ୍ଷ ରଖିବା ଦ୍ୱାରା ସୁଖସୟ ବାତାବରଣ ରହିବା ସହ ଏହାଦ୍ୱାରା ଘରେ ଶାନ୍ତି ଓ ସମୃଦ୍ଧି ପ୍ରବେଶ କରିଥାଏ। ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଥାଏ।

ଚନ୍ଦନ ଦେବୀଦେବତାଙ୍କ ପୂଜା ପାଇଁ ନିଶ୍ଚୟ ଅର୍ପଣ କରାଯାଏ। ଲୋକେ ମଧ୍ୟ ନିଜ ମଥାରେ ଚନ୍ଦନର ଟିକା ଲଗାଇ ଥାଆନ୍ତି। ଏହାଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହାଦ୍ୱାରା ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ତେଣୁ ଏହି ସମୟରେ ଚନ୍ଦନର ନିଶ୍ଚୟ ବ୍ୟବହାର କରନ୍ତୁ।

ବାସ୍ତୁ ଶାସ୍ତ୍ର ଅନୁସାରେ ପୂଜା ସମୟରେ ଶଙ୍ଖ, ଘଂଟା ବଜାନ୍ତୁ। ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଦେବୀଦେବତାଙ୍କ ବିଶେଷ କୃପା ସହ ଶୁଭଫଳ ପ୍ରାପ୍ତି ହୋଇଥାଏ।

 

Comments are closed.