www.samajalive.in
Saturday, December 6, 2025
17.1 C
Bhubaneswar

ଅମାବାସ୍ୟା ରାତିକୁ କାହିଁକି କାଳ ରାତ୍ରୀ କୁହାଯାଏ

ସମାଜ ଡିଜିଟାଲ ଡେସ୍କ: ଆଜି ସୋମବାର ୮ଏପ୍ରିଲ ଚୈତ୍ର ଅମାବାସ୍ୟା। ଏହାକୁ ଭୁତଡି ଅମାବାସ୍ୟା କୁହାଯାଏ। ସୋମବାର ଦିନ ଅମାବାସ୍ୟା ପଡୁଥିବାରୁ ସୋମବତୀ ଅମାବାସ୍ୟା ମଧ୍ୟ କୁହାଯାଏ। ଅମାବାସ୍ୟା ପ୍ରତି ମାସରେ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିରେ ପଡିଥାଏ। ପୂଜା-ପାଠ, ସ୍ନାନ-ଦାନ ଏବଂ ପିତୃପୁରୁଷଙ୍କୁ ଉତ୍ସର୍ଗ କରିବା ପାଇଁ ଏହି ଦିନ ଶୁଭ ହୋଇଥାଏ। କିନ୍ତୁ ଅମାବାସ୍ୟା ରାତି ବହୁତ ଭୟଙ୍କର ହୋଇଥାଏ। ହିନ୍ଦୁ ଧର୍ମ ଅନୁସାରେ ଏହାକୁ ନିଶାଚାରି ରାତି ଅର୍ଥାତ୍‌‌ କାଳ ରାତ୍ରୀ ବୋଲି କୁହାଯାଏ। ବିଶ୍ୱାସ କରାଯାଏ ଯେ ଅମାବାସ୍ୟା ରାତିରେ ନକାରାତ୍ମକ ଶକ୍ତି ଅଧିକ ସକ୍ରିୟ ହୋଇଥାଏ। ଏହି ଦିନ ଯାଦୁକରୀ, ତନ୍ତ୍ର-ମନ୍ତ୍ର, ସାଧନା-ସିଦ୍ଧ ପ୍ରାପ୍ତି ଭଳି କାର୍ଯ୍ୟ କରାଯାଇଥାଏ।

୪୦୦ବର୍ଷ ପରେ ବିରଳ ସୂର୍ଯ୍ୟପରାଗ: କିଛି ଘଣ୍ଟାରେ ଅନ୍ଧାର ହେବ ଏହି ସବୁ ଦେଶ


ଚୈତ୍ର ଅମାବାସ୍ୟାରେ ସୂର୍ଯ୍ୟପରାଗ: ଚଳିତ ବର୍ଷ ଚୈତ୍ର ଅମାବାସ୍ୟା ଦିନ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଘଟିବାକୁ ଯାଉଛି। ଏଭଳି ପରିସ୍ଥିତିରେ ଆପଣଙ୍କୁ ଉଭୟ ଅମାବାସ୍ୟା ଏବଂ ସୂର୍ଯ୍ୟପରାଗ ପ୍ରଭାବରୁ ଦୂରେଇ ରହିବା ଆବଶ୍ୟକ। କାରଣ ପରାଗ ସମୟରେ ନକାରାତ୍ମକତା ଯଥେଷ୍ଟ ବୃଦ୍ଧି ପାଇଥାଏ। ସୂର୍ଯ୍ୟ ପରାଗ ଏପ୍ରିଲ ୮ ତାରିଖ ରାତି ୯:୧୨ ମିନିଟରୁ ୨:୨୨ ମିନିଟ ପର୍ଯ୍ୟନ୍ତ ଚାଲିବ।

ବିବାହ ଶୋଭାଯାତ୍ରା ପାଇଁ ମିଳୁନି କାର କି ବସ୍‌‌: ଚିନ୍ତାରେ ବର ଘର

- Advertisement -

ଅମାବାସ୍ୟା ରାତି ଅନ୍ଧକାର ହୋଇଥାଏ। କାରଣ ଏହି ରାତିରେ ଚନ୍ଦ୍ର ଦୃଶ୍ୟମାନ ହୋଇନଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅମାବାସ୍ୟାରେ ଚନ୍ଦ୍ର ନଜର ନଆସିଲେ ଲୋକଙ୍କ ମନରେ ନକାରାତ୍ମକ ଚିନ୍ତାଧାରା ପ୍ରକାଶ ପାଏ। ସେମାନେ ସହଜରେ ନକାରାତ୍ମକ ଶକ୍ତିର ଶିକାର ହୋଇଥାନ୍ତି। ଆଜିର ଦିନରେ କୌଣସି ଶୁଭ କାର୍ଯ୍ୟ କରିବାକୁ ବାରଣ କରାଯାଏ।

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories