www.samajalive.in
Saturday, December 6, 2025
14.1 C
Bhubaneswar

ବିବାହ ଶୋଭାଯାତ୍ରା ପାଇଁ ମିଳୁନି କାର କି ବସ୍‌‌: ଚିନ୍ତାରେ ବର ଘର

ଡେରାଡୁନ୍‌‌ : ଉତ୍ତରାଖଣ୍ଡରେ ଲୋକସଭା ନିର୍ବାଚନ ଏବଂ ବହୁ ସଂଖ୍ୟକ ବିବାହ ବୁକିଂ ଯୋଗୁ ସାରା ରାଜ୍ୟରେ ବସ୍‌‌ କ୍ୟାବ୍‌‌ ର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହାସହିତ ଯେଉଁ ପରିବାର ପକ୍ଷରୁ ବିବାହ ପାଇଁ ପ୍ରସ୍ତୁତି ଚାଲିଛି ସେମାନଙ୍କୁ ବର୍ତ୍ତମାନ ବିବାହ ଶୋଭାଯାତ୍ରା ପାଇଁ କୌଣସି ଗାଡି ମିଳୁନାହିଁ। ବସ୍‌‌, କାର କିମ୍ବା କ୍ୟାବ୍‌‌ ବୁକ୍‌‌ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବର ଘର ଲୋକେ। ଏଠାରେ ଲୋକସଭା ନିର୍ବାଚନ ଯୋଗୁ ବହୁ ସଂଖ୍ୟକ ଟ୍ୟାକ୍ସି ଏବଂ ବସ୍‌‌ ନିର୍ବାଚନ ଡ୍ୟୁଟିରେ ପଠାଯାଇଛି। ରାଜ୍ୟ ପରିବହନ ବିଭାଗ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ ୩,୬୫୩ଟି ବସ୍‌‌ ଓ ୭,୧୬୧ଟି ବେସରକାରୀ ଟ୍ୟାକ୍ସି ଏବଂ କ୍ୟାବ୍‌‌ ସମେତ ମୋଟ ୧୨, ୩୯୫ଗାଡି ଅଧିକାରୀଙ୍କ ଦ୍ୱାରା ବୁକିଂ କରିଯାଇଛି। ଫଳରେ ବିବାହ ପାଇଁ ଗାଡି ମିିଳିବା କଷ୍ଟକର ହୋଇଛି।

ଉତ୍ତରାଖଣ୍ଡରେ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନରେ ରାଜ୍ୟର ସମସ୍ତ ଲୋକସଭା ଆସନରେ ଭୋଟ ଗ୍ରହଣ ହେବ। ନିର୍ବାଚନ ସମୟରେ ହିଁ ଏଥର ବିବାହର ଶୁଭ ଦିନ ଗୁଡିକ ପଡୁଥିବାରୁ ଏଠାରେ ସମସ୍ୟା ଉପୁଜିଛି। ମତଦାନ ୧୯ ଏପ୍ରିଲରେ ଥିବା ବେଳେ ୧୮ ଏପ୍ରିଲରେ ବିବାହ ପାଇଁ ସବୁଠାରୁ ଶୁଭ ଦିନ ରହିଛି। ପଣ୍ଡିତମାନଙ୍କ କହିବା ଅନୁସାରେ ୧୩ ଏପ୍ରିଲ ବୈଶାଖ ପରଠାରୁ ୨୪ ଏପ୍ରିଲ ପର୍ଯ୍ୟ ବିବାହ କାର୍ଯ୍ୟ ଶୁଭଦିନ ଗୁଡିକ ରହିଛି। ଏଠାରେ ପାହାଡିଆ ଅଞ୍ଚଳରେ ଅଧିକାଂଶ ଲୋକମାନେ ବସବାସ କରୁଥିବାରୁ ଯାତାୟତରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏବେ ଘରେ ଘରେ ବିବାହ ଉତ୍ସବ ଥିବାବେଳେ ଗାଡି ନମଳିବା ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories