www.samajalive.in
Saturday, December 6, 2025
19.1 C
Bhubaneswar

ଧର୍ମଗଡ କାଶିବାହଲରୁ ଧରାପଡ଼ିଲା ଫେରାର କଏଦୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାରର କାରାଗାରରୁ ଚମ୍ପଟ ମାରିଥିବା ଦୁଇ କଏଦୀ ଙ୍କ ମଧ୍ୟରୁ ଜଣକୁ ପୋଲିସ ଖୋଜିପାଇଛି । ସମ୍ପୃକ୍ତ କଏଦୀ ସିକନ୍ଦର ଜାଲ ବୋଲି ଜଣାପଡିଛି।  ଧର୍ମଗଡ ନିକଟସ୍ଥ କାଶିବାହଲ ରୁ ରବିବାର ତାଂକୁ ପୁଲିସ ଧରିଥିଲା। ସୂଚନାଅନୁସାରେ ରବିବାର ଦୁଇ ଜଣ କଏଦୀ କାରାଗାର ପାଚେରୀ ଡେଇଁ ଫେରାର ହୋଇଯାଇଥିଲେ। ଫେରାର କଏଦୀ ନୀଳମଣି ବିଭାର ଏବେ ବି ଫେରାର ଅଛି। ଟାଉନ ଥାନା ପୁଲିସ ସିକନ୍ଦର କୁ ପଚରା ଉଚରା କରୁଛି। ଅନ୍ୟପକ୍ଷରେ ରବିବାର ଅପରାହ୍ନରେ କୋରାପୁଟ ସର୍କଲ ଜେଲ୍ ବରିଷ୍ଠ ଅଧିକ୍ଷକ ମନୋରଞ୍ଜନ ପ୍ରତିହାରୀ ସ୍ଥାନୀୟ ଜେଲ ପରିସର ପରିଦର୍ଶନ କରିଥିଲେ।  କୌଣସି କର୍ମଚାରୀ ଙ୍କ ଭୁଲ ଯୋଗୁଁ କଏଦୀ ଦୁଇଜଣ ପାଚେରୀ ଡେଇଁ ଫେରାର ହୋଇଥିବା କଥା ସ୍ୱୀକାର କରିଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories