www.samajalive.in
Saturday, December 6, 2025
23.1 C
Bhubaneswar

ଧାମରାରେ ଗୋରୁ ଚାଲାଣକୁ ନେଇ ଉତ୍ତେଜନା, ୪୨ଗୋରୁ ଉଦ୍ଧାର

ଧାମରା: ଧାମରା ନିକଟସ୍ଥ କଇଥଖୋଲାଠାରେ ଗୋରୁ ଚାଲାଣକୁ ନେଇ ଉତ୍ତେଜନା ଦେଖାଯାଇଛି। କେଉଁ ପରିସ୍ଥିତିରେ ଏହି ଅଂଚଳରୁ ବ୍ୟାପକ ଭାବେ ଗୋରୁ ଚାଲାଣ କରାଯାଉଛି ଏବଂ ଏହାର କିଛି ଖବର ପ୍ରଶାସନ ପାଖରେ ନାହିଁ ତାହାର ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ପ୍ରାପ୍ତ ଖବରରୁ ଜଣାଯାଇଛି, କଇଥଖୋଲା ପଂଚାୟତ କିଶୋର ପ୍ରସାଦଠାରେ ୪୨ଟି ଗୋରୁ ବନ୍ଧା ହୋଇଥିବା ବେଳେ ସ୍ଥାନୀୟ ଅଧିବାସୀ ଏହାକୁ ବିରୋଧ କରିଥିଲେ। କିଭଳି ଜଣେ ଗୋରୁ ଦଲାଲ ୪୨ଟି ଗୋରୁଙ୍କୁ ଆଣି କିଶୋର ପ୍ରସାଦରେ ସତ୍ୟ ଗୋପାଳ ମାଇତି ଏବଂ ପ୍ରମିଳା ମାନ୍ନାଙ୍କ ବାଡିରେ ବନ୍ଧା ହୋଇ ରହିଥିଲେ।ଏତେ ସଂଖ୍ୟକ ଗୋରୁ ବନ୍ଧା ହୋଇଥିବାରୁ ଅଂଚଳବାସୀଙ୍କ ମନରେ ସନ୍ଦେହ ଜାତ ହେବାରୁ ସେମାନେ ସେଠାକୁ ଯାଇ କାହିଁକି ଏହି ଗୋରୁ ବନ୍ଧା ହୋଇଛନ୍ତି ବୋଲି ପଚାରିବାରୁ ପଶ୍ଚିମବଙ୍ଗର ଜଣେ ଗୋରୁ ଦଲାଲ ଏହି ସମସ୍ତ ଗୋରୁକୁ ଏଠାରେ ବାନ୍ଧି ରଖିଛି ବୋଲି କହିଥିଲେ। ଏଥି ସହ ଏଠାରୁ ବହୁ ସମୟରେ ବୋଟ ଯୋଗେ କଲକାତାକୁ ଗୋରୁ ଚାଲାଣ କରାଯାଉଥିବା କଥା ଜଣାପଡ଼ିଥିଲା। ପରେ ସ୍ଥାନୀୟ ଅଧିବାସୀ ଯାଇ କିଛି ଦୂରରେ ଥିବା ଏକ ବୋଟ ଥିବାର ଦେଖି ସଂପୃକ୍ତ ବୋଟ ଚାଳକୁ ଏହି ଗୋରୁ ଚାଲାଣ ବିଷୟରେ ପଚାରିବାରୁ ସେ କଇଥଖୋଲା ଅଂଚଳରୁ ଗୋରୁମାନଙ୍କୁ ନେଇ କଲକାତା ଚାଲାଣ କରୁଥିବା କଥା କହୁଥିବା ବେଳେ ସଂପୃକ୍ତ ଦଲାଲ କେଉଁଆଡେ ପଳାଇଯାଇଥିଲା। ପରେ ଅଂଚଳବାସୀ ଅଟକ ରହିଥିବା ୪୨ଟି ଗୋରୁମାନଙ୍କୁ ବିଲକୁ ଖୋଲି ଦେଇଥିଲେ। ପରେ ସଂପୃକ୍ତ ବୋଟଟି ମଧ୍ୟ ସେହି ସ୍ଥାନରୁ ଉଭାନ ହୋଇ ଯାଇଥିବା ବେଳେ ଏହି ଗୋରୁ ଦଲାଲକୁ ଆଶ୍ରୟ ଦେଉଥିବା ସଂପୃକ୍ତ ସତ୍ୟ ଗୋପାଳ ମାଇତି ଏବଂ ପ୍ରମିଳା ମାନ୍ନାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଅଂଚଳବାସୀ ଦାବି ଜଣାଇଛନ୍ତି।

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories