www.samajalive.in
Friday, December 5, 2025
17.1 C
Bhubaneswar

ଚାନ୍ଦବାଲି ତହସିଲରୁ ନଥିପତ୍ର ଗାଏବ ଅଭିଯୋଗ

ଧାମରା: ଚାନ୍ଦବାଲି ତହସିଲରେ ସମସ୍ତ ନଥିପତ୍ର ନଥିବା କଥା ଅଭିଯୋଗ ହୋଇଛି। ଭଦ୍ରକ ଜିଲାର ବହୁ ପୁରାତନ ତହସିଲରୁ କେଉଁ ପରିସ୍ଥିତିରେ ନଥିପତ୍ର ରେକର୍ଡ ଗାଏବ ହେଉଛି ତାହାର ବିଧିବଦ୍ଧ ତଦନ୍ତ କରିବାକୁୁ ଆବେଦନକାରୀ ଭଦ୍ରକ ଜିଲାପାଳ ତଥା କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ପ୍ରାପ୍ତ ଖବରରୁ ଜଣାଯାଇଛି, ସଂପୃକ୍ତ ଆବେଦନକାରୀ ଧାମରା ମୌଜାରେ ୧୨ଟି ସାର୍ଟିଫାଏ ନକଲ ନେବାକୁ ୨ହଜାର ଟଙ୍କା ଦାଖଲ କରିବା ସହ ଚାନ୍ଦବାଲି ତହସିଲରେ ଗତ ବର୍ଷ ନଭେମ୍ବର ୧୬ରେ ଆବେଦନ କରିଥିଲେ। ମାତ୍ର ସଂପୃକ୍ତ ଦାୟିତ୍ୱରେ ଥିବା ଅଧିକାରୀ ଜଣକ ଆଜି ନୁହେଁ କାଲି ଆସ ବୋଲି କହି ଦିନ ଗଡ଼ାଇ ଚାଲିଥିଲେ। ସଂପୃକ୍ତ ଆବେଦନକାରୀଙ୍କ ଦୀର୍ଘ ୫ମାସ ଧରି ଚାନ୍ଦବାଲି ତହସିଲ ଅଫିସକୁ ଦୌଡାଇବା ପରେ ମଧ୍ୟ ଏହି ନଥିପତ୍ର ଦେବାରେ ସେ ସକ୍ଷମ ହେଲେ ନାହିଁ। ସଂପୃକ୍ତ ଆବେଦନକାରୀ ମାନସିକ ଏବଂ ଆର୍ଥିକ ଯନ୍ତ୍ରଣା ପାଇବା ପରେ ଅନ୍ୟ ଉପାୟ ନ ପାଇ ଏ ବିଷୟରେ ଚାନ୍ଦବାଲିଠାରେ ଅବସ୍ଥାପିତ ଅତିରିକ୍ତ ତହସିଲଦାରଙ୍କୁ ଭେଟି ନିଜର ଗୁହାରୀ ଜଣାଇଥିଲେ। ମାତ୍ର ଅତିରିକ୍ତ ତହସିଲଦାର ସଂପୃକ୍ତ ନଥିପତ୍ର ନିରୀକ୍ଷକଙ୍କୁ ଧାମରାକୁ ନେଇ ସେଠାରେ ନଥିପତ୍ର ଖୋଜିବାକୁ ସଂପୃକ୍ତ ଆବେଦନକାରୀଙ୍କୁ କହିଥିଲେ। ହେଲେ ସଂପୃକ୍ତ ଆବେଦନକାରୀ ନିଜ ଖର୍ଚରେ ଧାମରାକୁ ନେବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲେ। ଦୀର୍ଘ ୫ମାସ ବିତିଯାଇଥିଲେ ମଧ୍ୟ ସଂପୃକ୍ତ ଆବେଦନକାରୀ ନ୍ୟାୟ ପାଇଁ ଭଦ୍ରକ ଜିଲାପାଳ ଏବଂ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୋଗଙ୍କ ପାଖରେ ଲିଖିତ ଅଭିଯୋଗ କରିଥିବାବେଳେ ଏ ବାବଦରେ ଚାନ୍ଦବାଲି ତହସିଲଦାରଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

- Advertisement -

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories