www.samajalive.in
Tuesday, December 9, 2025
16.1 C
Bhubaneswar

ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ, ଶୁକ୍ରବାର ଯାଞ୍ଚ

ଡେସ୍କ: ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଗୁରୁବାର ସନ୍ଧ୍ୟାରେ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି। ଚଳିତ ମାସ ୨୬ ତାରିଖରେ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଲୋକସଭା ଆସନ ସମେତ ମଣିପୁର ବାହାର ଲୋକସଭା ନିର୍ବାଚନ ମଣ୍ଡଳୀର ଅବଶିଷ୍ଟ ଅଂଶ ପାଇଁ ମତଦାନ ହେବ। ପ୍ରଥମ ପର୍ଯ୍ୟାୟରେ ବାହାର ମଣିପୁର ନିର୍ବାଚନ ମଣ୍ଡଳୀର ଏକ ଭାଗରେ ମତଦାନ ହେବ।

ମଥୁରା ଲୋକସଭା ଆସନରୁ ହେମା ମାଳିନୀ, କର୍ଣ୍ଣାଟକର ମାଣ୍ଡ୍ୟାରୁ ଏଚ୍ ଡି କୁମାରସ୍ୱାମୀ, କେରଳର ତ୍ରିଶୂରରୁ ଅଭିନେତା ତଥା ରାଜନେତା ସୁରେଶ ଗୋପୀ, ୱାୟନାଡରୁ କେ ସୁରେନ୍ଦ୍ରନ ଏବଂ ଆଲାପୁଜାରୁ କେସି ବେଣୁଗୋପାଳ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି ଦ୍ଵିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଯାଞ୍ଚ ହେବ। ଜମ୍ମୁ-କଶ୍ମୀରରେ ଶନିବାର ନାମାଙ୍କନ ପତ୍ର ଯାଞ୍ଚ ହେବ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories