mission shakti banner

ଧଳପୁରରେ ଅଗ୍ନିକାଣ୍ଡ ଜଳିଗଲା ୨ବଖରା ଚାଲଘର

BSKY banner  750×100

ହରଭଙ୍ଗା :ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁର ବେତେରାସାହିରେ ଗୁରୁବାର ଅପରାହ୍ନ ୫ଟା ବେଳେ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟି ଦୁର୍ଯ୍ୟୋଧନ ନାଏକଙ୍କ ଦୁଇ ବଖରା ଚାଳଘର ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ଆଠମଲ୍ଲିକ ଦମକଳବାହିନୀ ପହଁଚି ନିଆଁକୁ ଆୟତ କରିଥିଲେ ସୁଦ୍ଧା ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି। ତୁରନ୍ତ ଅଗ୍ନିବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସମାଜସେବୀ ପ୍ରତାପ କୁମାର ଶତପଥି ଦାବୀ କରିଛନ୍ତି। ଜିଲ୍ଲାପାଳ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

Comments are closed.