www.samajalive.in
Saturday, December 6, 2025
17.1 C
Bhubaneswar

ଆଜି ନାମାଙ୍କନ ଦାଖଲ କରିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ନାମାଙ୍କନ ଦାଖଲ କରିବେ। କେରଳର ୱାୟନାଡରେ ଲୋକସଭା ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବେ ରାହୁଲ। ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏକ ବିଶାଳ ରୋଡ ସୋରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି। ଏହି ସମୟରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ରହିବେ। ଏହି ଆସନରେ ୨୬ ଏପ୍ରିଲରେ ମତଦାନ ଗ୍ରହଣ କରାଯିବ। ଗତ ନିର୍ବାଚନରେ ରାହୁଲ ଗାନ୍ଧୀ ପାଖାପାଖି ୫ଲକ୍ଷ ଭୋଟ୍‌‌ ବ୍ୟବଧାନରେ ଏଠାରେ ବଡ ବିଜୟ ହାସଲ କରିଥିଲେ। ଚଳିତ ଥର ରାହୁଲଙ୍କ ବିପକ୍ଷରେ ଏଠାରେ ସିପିଆଇ ସାଧାରଣ ସମ୍ପାଦକ ଡି ରାଜାଙ୍କ ପତ୍ନୀ ଆନି ରାଜା ଏବଂ ବିଜେପିର ରାଜ୍ୟ ସଭାପତି କେ ସୁରେନ୍ଦ୍ରନ ନିର୍ବାଚନ ମଇଦାନକୁ ଓହ୍ଲାଇବେ। ଏହି ତିନି ନେତାଙ୍କୁ ନେଇ ଏଠାରେ କଡା ମୁକାବିଲା ହେବ ବୋଲି ଆକଳନ କରାଯାଉଛି। ତେବେ ରାହୁଲ ଏହି ଆସନରୁ ସାଂସଦ ଥିବାବେଳେ ଅନ୍ୟ ଦୁଇଜଣଙ୍କ ଅପକ୍ଷୋ ବଡ ଚେହେରା ଭାବେ ଉଭା ହୋଇଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories