www.samajalive.in
Friday, December 5, 2025
26.1 C
Bhubaneswar

ଅନ୍ତରବାଟିଆରେ ୧୩ ଦିନିଆ ଦଣ୍ଡଯାତ୍ରା ଆରମ୍ଭ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟରେ ଥିବା ଅନ୍ତରବାଟିଆ ଗ୍ରାମର ମା ଦକ୍ଷିଣ କାଳୀଙ୍କ ୩୬ ତମ ୧୩ ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ଚଳିତ ମାସର ମେରୁ ସଂକ୍ରାନ୍ତି ପର୍ୟ୍ୟନ୍ତ ଚାଲିବ । ମଙ୍ଗଳବାର ସକାଳୁ ମାନସିକ ଧାରୀ ମାନେ ଗେରୁଆ ଓ ହଳଦିଆ ରଙ୍ଗର ନୂତନ ବସ୍ତ୍ର ପିନ୍ଧି ପିଞ୍ଛ ମୁଠା ଓ ବାନା ଧରି ମାନସିକ ପୂରଣ ପାଇଁ ଗ୍ରାମରେ ଥିବା ମା ଦକ୍ଷିଣ କାଳୀ ମନ୍ଦିରର ମେରୁ ପୀଠରେ ଏକତ୍ରିତ ହୋଇଥିଲେ । ଗ୍ରାମ ପୋଖରୀରେ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ । ପରେ ଦଣ୍ଡୁଆ ମାନେ ସକଳ୍ପ ନେଇ ୧୩ ଦିନ ପାଇଁ ପଇତା ଧାରଣ କରିଥିଲେ । ମା କାଳୀଙ୍କ ପ୍ରଭା ମିଳନ, ହର ଗୌରୀ ଖଟୁଳି, ଚମ୍ପା ବଡ, ଢ଼ୋଲ ଦଣ୍ଡ ଆଦିକୁ ପୂଜାର୍ଚ୍ଚନା କରି ଜୀବନ ଦାନ କରାଯାଇଥିଲା ।

ପୁରୋହିତ ଭାବେ ମନୋଜ କୁମାର ଶତପଥୀ, କର୍ତ୍ତା ଭାବେ ରାଘବ ଦାସ ଓ ଭିକାରୀ ଦାସ ପୂଜାର୍ଚ୍ଚନା ଦାୟିତ୍ୱ ତୁଲାଇଥିଲେ। ପାଟଭୁକ୍ତା ଭାବେ ପ୍ରଶାନ୍ତ ଦାସ, ଅଧିକାରୀ ସମୀର ଦାସ, ସଭାପତି ବିପ୍ର ଦାସ, ଉପଦେଷ୍ଟା ରାମହରି ଦାସ,ସମ୍ପାଦକ ଗୋବିନ୍ଦ ଦାସ, ଶ୍ୟାମ ସୁନ୍ଦର ଦାସ, କୃଷ୍ଣ, ପ୍ରଶାନ୍ତ, ନଟବର, ତପନ, ସୁଶୀଳ, ବାବୁଲାଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ । ଗ୍ରାମ ପରିକ୍ରମା କରି ମାନସିକ କୁମ୍ଭ ଢାଳି ଧୂଳି ଦଣ୍ଡ, ପାଣି ଦଣ୍ଡ, ସନ୍ଧ୍ୟା ଆଳତି ଆଦି ହୋଇଥିଲା ।

- Advertisement -

 

 

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories