www.samajalive.in
Tuesday, November 18, 2025
27.1 C
Bhubaneswar

ଆଇପିଏଲ୍ ମହାସମର: ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଟକ୍କର

ନୂଆଦିଲ୍ଲୀ  : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୨୦୨୪ର ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ୧୬ତମ ମ୍ୟାଚ ବିଶାଖାପାଟଣାରେ ଖେଳାଯିବ। କୋଲକାତା ୩ୟ ଓ ଦିଲ୍ଲୀ କ୍ୟାପିଟାଲ୍ସ ୩ୟ ମ୍ୟାଚ ଖେଳିବ। ଋଷଭ ପନ୍ତ୍‌ଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍‌ସ ୩ଟି ମ୍ୟାଚରୁ ଦୁଇଟି ପରାଜୟ ଓ ଗୋଟିଏ ବିଜୟ ହାସଲ କରିଛି। ଦଳ ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗ୍‌ସ ନିକଟରୁ ୪ ୱିକେଟରେ ଓ ୨ୟ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସ ନିକଟରୁ ୧୨ ରନ୍‌ରେ ପରାଜିତ ହୋଇଥିଲା। ତୃତୀୟ ମ୍ୟାଚରେ ଚେନ୍ନଇ ସୁପର କିଙ୍ଗ୍‌ସକୁ ୨୦ ରନ୍‌ରେ ପରାଜିତ କରି ବିଜୟ ଖାତା ଖୋଲିଛି। ​‌ଶେଷ ମ୍ୟାଚରେ ବ୍ୟାଟିଂରେ ଋଷଭ ପନ୍ତ୍‌ ଓ ପୃଥ୍ବୀସ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାବାଦ୍‌ ଡେଭିଡ୍‌ ୱାର୍ଣ୍ଣର, ମିଚେଲ ମାର୍ଶ ମଧ୍ୟ ରନ କରୁଛନ୍ତି। ତ୍ରିଷ୍ଟାନ ଷ୍ଟବ୍‌ସ ବିଫଳ ହେବା ଦଳକୁ ଚିନ୍ତାରେ ପକାଇଛି। ପ୍ରଥମ ଦୁଇ ମ୍ୟାଚରେ ବସିବା ପରେ ୩ୟ ମ୍ୟାଚରେ ଖେଳିଥିବା ପୃଥ୍ବୀ ଚମତ୍କାର ଇନିଂସ ଖେଳିଥିଲେ। ବୋଲିଂ ବିଭାଗରେ ଖଲିଲ ଅହମ୍ମଦ ଓ ମୁକେଶ କୁମାର ଚେନ୍ନଇ ବିପକ୍ଷ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହାବାଦ୍‌ ଇଶାନ୍ତ ଶର୍ମା, ଅନରିଚ ନୋର୍ଖିୟା,ଅକ୍ଷର ପଟେଲ, ମିଚେଲ ମାର୍ଶ ମଧ୍ୟ ରହିଛନ୍ତି। ନୋର୍ଖିୟା ମହଙ୍ଗା ସାବ୍ୟସ୍ତ ହେବା ଦଳକୁ ଚିନ୍ତାରେ ପକାଇଛି। କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ମ୍ୟାଚରେ ଦଳ ବିଜୟ ଧାରାକୁ ବଜାୟ ରଖିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ଶ୍ରେୟାସ ଆୟରଙ୍କ ନେତୃତ୍ବାଧୀନ କୋଲକାତା ନାଇଟ୍‌ ରାଇଡର୍ସ ୨ଟି ମ୍ୟାଚରୁ ୨ଟି ବିଜୟ ସହ ୪ ପଏଣ୍ଟ ପାଇଛି। ଏହା ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦରାବାଦ୍‌କୁ ୪ରନରେ ଓ ଦ୍ବିତୀୟ ମ୍ୟାଚରେ ୭ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା। ବ୍ୟାଟିଂରେ ଫିଲ୍‌ ସଲ୍ଟ, ସୁନୀଲ ନାରିନ,ଭେଙ୍କଟେଶ ଆୟର, ଶ୍ରେୟାଶ ଆୟର,ରିଙ୍କୁ ସିଂହ ପ୍ରମୂଖ ରହିଛନ୍ତି। ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ଭେଙ୍କଟେଶ ଆୟର ଅର୍ଦ୍ଧଶତକ ହାସଲ କରିଥିବାବେଳେ ଓପନିଂରେ ସୁନୀଲ ନାରିନ ମଧ୍ୟ ୪୭ରନର ଇନିଂସ ଖେଳିଥିଲେ। ବ୍ୟାଟିଂ ବିଭାଗରେ ଦେଖିବାକୁ ଗଲେ କଲକାତା ବେଶ୍‌ ଶକ୍ତିଶାଳୀ ରହିଛି। ବୋଲିଂରେ ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ମିଚେଲ ଷ୍ଟାର୍କ ମହଙ୍ଗା ସାବ୍ୟସ୍ତ ହେବା ଦଳକୁ ଚିନ୍ତାରେ ପକାଇଛି। ଷ୍ଟାର୍କ ଦୁଇଟି ମ୍ୟାଚରୁ ୮ ଓଭର ବୋଲିଂ କରି ୧୦୦ରନ ବ୍ୟୟ କରିଥିଲେ ମଧ୍ୟ ଗୋଟିଏ ହେଲେ ୱିକେଟ ହାସଲ କରିପାରିନାହାନ୍ତି। ଫର୍ମକୁ ଫେରିବା ନେଇ ଷ୍ଟାର୍କଙ୍କ ନିକଟରେ ଆଉ ଏକ ସୁଯୋଗ ରହିଛି। ଏହାବାଦ୍‌ ହର୍ଷିତ ରାଣା,ଅନୁକୂଳ ରାୟ, ବରୁଣ ଚକ୍ରବର୍ତ୍ତୀ ଓ ସୁନୀଲ ନାରାୟଣ ମଧ୍ୟ ରହିଛନ୍ତି। ଦୁଇ ଦଳ ମଧ୍ୟରେ ଖେଳା ଯାଇଥିବା ଶେଷ ୫ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ଦିଲ୍ଲୀ କ୍ୟାପିଟାଲ୍ସ ୩ଟି ଓ କୋଲକାତା ନାଇଟ୍‌ ରାଇଡର୍ସ ୨ଟି ମ୍ୟାଚରେ ବିଜୟୀ ହୋଇଛି।

Hot this week

ଏସସିବିରେ ଲଜ୍ଜା: ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ସମାଜଲାଇଭ ଡେସ୍କ: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼...

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

ମୃତଦେହ ଝୁଣି ଖାଉଛି କୁକୁର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମଣିଷ ଶରୀରକୁ ଝୁଣି ଖାଉଛି କୁକୁର। ବିଲ...

Related Articles

Popular Categories