www.samajalive.in
Saturday, December 6, 2025
23.1 C
Bhubaneswar

ଶ୍ରେଷ୍ଠ ପନ୍ଦର ୫ଜି ଦେଶ ମଧ୍ୟରେ ଭାରତ

ନୂଆଦିଲ୍ଲୀ : ବ୍ରଡବ୍ୟାଣ୍ଡ ବେଗ ପରିମାପକ ସଂସ୍ଥା ଓକ୍‌‌ଲା ଭାରତରେ ୫ଜି ପ୍ରଦର୍ଶନ ଓ ଗ୍ରାହକ ଅଭିଜ୍ଞତା ଉପରେ ପ୍ରକାଶିତ ଏହାର ରିପୋର୍ଟରେ ୫ଜି ହାରାହାରି ଡାଉନଲୋଡ୍ ସ୍ପିଡ୍ ଦୃଷ୍ଟିରୁ ଭାରତ ଏବେ ବିଶ୍ୱର ଶ୍ରେଷ୍ଠ ୧୫ ଦେଶ ମଧ୍ୟରେ ସ୍ଥାନ ପାଇଥିବା କହିଛି। ୨୦୨୩ର ଚତୁର୍ଥ ତ୍ରୟମାସରେ ରହିଥିବା ଦେଶର ହାରାହାରି ୫ଜି ଡାଉନଲୋଡ୍ ସ୍ପିଡ୍ ୩୦୧.୮୬ ଏମ୍‌ବିପିଏସ୍ ଭାରତକୁ ଅତ୍ୟାଧୁନିକ ୫ଜି ଭିତ୍ତିଭୂମି ଥିବା ଦେଶ ସୂଚୀରେ ସ୍ଥାନିତ କରିଛି। ଭାରତର ଟେଲିକମ୍ ଶିଳ୍ପର ପରିବର୍ତ୍ତିତ ଦୃଶ୍ୟପଟରେ ରିଲାଏନ୍ସ ଜିଓ ୫ଜି ଆଧିପତ୍ୟ ବିସ୍ତାର କରିଛି। ଜିଓ ଦ୍ରୁତ ଗତିରେ ୫ଜି କ୍ଷେତ୍ରରେ କାର୍ଯ୍ୟ କରୁଛି। ୨୦୨୪ ଫେବୃଆରୀ ସୁଦ୍ଧା ଭାରତରେ ୪.୨୫ ଲକ୍ଷ ୫ଜି ବିଟିଏସ୍ ସ୍ଥାପନ କରାଯାଇଛି ଯେଉଁଥିରୁ ପ୍ରାୟ ୮୦% ବିଟିଏସ୍ ରିଲାଏନ୍ସ ଜିଓ ସ୍ଥାପନ କରିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ଭାରତରେ ୫ଜି ନେଟୱର୍କ ବିସ୍ତାର କରିବା ପାଇଁ ବ୍ୟାପକ ପୁଞ୍ଜିନିବେଶ କରିଛନ୍ତି, ଯାହା ଫଳରେ ଦେଶରେ ୫ଜି ଉପଲବ୍ଧତାରେ ବୃଦ୍ଧି ଦେଖାଯାଇଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories