www.samajalive.in
Saturday, December 6, 2025
19.1 C
Bhubaneswar

କେମିତି କଟିବ ଆଜି ଆପଣଙ୍କ ଦିନ: ବୁଧବାର ରାଶିଫଳ

ମେଷ:ଅର୍ଜିତ ଜ୍ଞାନାଲୋକ​‌ରେ ପରିବାରର ଚଲାପଥକୁ ଆଲୋକିତ କରିପାରନ୍ତି। ବାଣିଜ୍ୟ କାରବାରରେ ଆର୍ଥିକ ସ୍ଥିତିକୁ ଦୃଢ଼ କରିବେ। ଦୟା ଧର୍ମରେ ଦୀକ୍ଷିତ ହେବେ। କୁଳ ଉଦ୍ଧାରକ ହେବେ।
ବୃଷ: ସ୍ବକର୍ମ ବଳରେ ଭାଗ୍ୟ ନିୟନ୍ତ୍ରିତ ହେବ। ସୁଖସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମଧ୍ବଜାଧାରୀ ହେବେ। ପତ୍ନୀ ସୁଖଦାୟିକା ହେବେ। ସୁସ୍ଥ ଜୀବନ ବିତାଇବେ।
ମିଥୁନ: ଆଶୁ ବିପଦକୁ ନ ଡରି ତା’ର ମୁକାବିଲା କରିବାକୁ ପଡ଼ିବ। କ୍ରୋଧକୁ ଉପସମ କରିବାକୁ ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବାକୁ ପଡ଼ିବ। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭପ୍ରଦ ହେବ। ଦାମ୍ପତ୍ୟ ସୁଖ ମିଳିବ।
କର୍କଟ:ନିଜ ଭିତରେ ଥିବା ସୂର୍ଯ୍ୟକୁ ଉଦୟ କରି ଉନ୍ନୟନର ପାବଚ୍ଛ ଅତିକ୍ରମ କରିପାରନ୍ତି। ସ୍ବପ୍ନିଳ ଦୁନିଆରେ ‘କର ସେବକ’ରୁ ‘ପର ସେବକ’ ହେବେ। ସେବା ଭାବନାରେ ଉନ୍ମୁଖ ହେବେ। ଧୈର୍ଯ୍ୟବାନ ହେବେ।
ସିଂହ: ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ହିତାଧିକାରୀମାନଙ୍କର ପୂଜ୍ୟ ହୋଇପାରନ୍ତି। ଆପଣଙ୍କ କାର୍ଯ୍ୟ କଳାପର ଆଭାରେ ଶତ୍ରୁପକ୍ଷ ପଦାନତ ହେବେ।
କନ୍ୟା :ଧନ ଲାଭ ହୋଇଛି ଓ ପୁଣି ହେବାର ସୂଚନା ମିଳୁଛି। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଆଶୁ ବିପଦର ମୁକାବିଲା କରିବେ। ଆୟର ସ୍ବଳ୍ପତା ଦୃଷ୍ଟିରୁ ବ୍ୟୟ ସଂକୋଚନ କରିବେ।
ତୁଳା: ଲେଖନୀ ଚାଳନାରେ କୃଷିଜୀବୀଙ୍କ ସହାୟକ ହୋଇ ଶସ୍ୟ ଉତ୍ପାଦନରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରନ୍ତି। ଉଦାର ଚରିତ ସମ୍ପନ୍ନ ହେବେ। ଦାନଧର୍ମକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ।
ବିଛା: ଈଶ୍ବରଙ୍କ ଭକ୍ତିରେ ମହାନ୍‌ ଶକ୍ତିସମ୍ପନ୍ନ ହେବେ। ପରର ଶୁଭ କାମନା ଭଳି ଏକ ମାନବୋଚିତ୍ତ କାର୍ଯ୍ୟକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ସୁବନ୍ଧୁ ସମ୍ପର୍କ ସକାଳର ସୂର୍ଯ୍ୟ ପରି ଆଲୋକିତ କରେ।
ଧନୁ: ବ୍ରହ୍ମଜ୍ଞ ଓ ବ୍ରାହ୍ମଣ ପ୍ରିୟ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ଯେତେ କଠିନ ପରିସ୍ଥିତିରେ ବି କର୍ତ୍ତବ୍ୟକୁ ପରିତ୍ୟାଗ କରିବେ ନାହିଁ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମକର: ସଂଘର୍ଷମୟ ଜୀବନରେ କଷ୍ଟ ସହ୍ୟ କଲେ ଈଶ୍ବରାଭିମୁଖୀ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ନୀତି ଓ ନୈତିକତାକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରିବେ।
କୁମ୍ଭ:ଅଂହକାର ଶୂନ୍ୟତା ଥିଲେ ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ଇନ୍ଦ୍ରିୟମାନଙ୍କର ଲାଳସା ପରିତ୍ୟାଗ କରିପାରିଥିବାରୁ ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ। ପରୋପକାରୀ ଭାବେ ଗଣା ହେବେ।
ମୀନ:କର୍ତ୍ତବ୍ୟାନୁଗମନରେ ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସହଜ ଦ୍ବାରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆପଣଙ୍କ ପାଇଁ ଆଜି ଦିନଟି ଅତୀବ ଶୁଭ ଅଟେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories