www.samajalive.in
Monday, December 15, 2025
16.1 C
Bhubaneswar

ଘରୁ ତାଲା ଭାଙ୍ଗି ଲୁଟ୍: ଜଣେ ଗିରଫ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ମଦନମୋହନପୁର ଗ୍ରାମରେ ଏକ ତାଲା ବନ୍ଦ ଘରୁ ଚୋରି କରିଥିବା ଚୋରକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ଚମାଖଣ୍ଡି ଥାନା ଅନ୍ତର୍ଗତ ବଡପୁଟି ଗ୍ରାମର ଡି ମନୋଜ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ମଦନମୋହନପୁରରେ ଭଡ଼ାରେ ରହୁଥିବା ରୋଶନ ରାଣୀ ମଲ୍ଲ ଗତ ୨୭ ତାରିଖ ସକାଳେ କୌଣସି କାମରେ ଘରେ ତାଲା ପକାଇ ବାହାରକୁ ଯାଇଥିଲେ। ୩୧ ତାରିଖରେ ଘରକୁ ଫେରିବା ସମୟରେ ଘରର ତାଲା ଭଙ୍ଗା ଯାଇଥିବା ସହ ଘର ମଧ୍ୟରେ ଥିବା ଆଲମିରାରୁ ୮୫ ହଜାର ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ଯାଇଥିବା ଜାଣିବାକୁ ପାଇଥିଲେ। ଘଟଣା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ୧୪୭/୨୪ ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଥିଲା । ବିଭିନ୍ନ ତଥ୍ୟ ଓ ଆଧାରକୁ ଯାଞ୍ଚ କରି ଡି ମନୋଜକୁ ଆଜି ବଡପୁଟିରୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ପୁଲିସ । ଚୋରି କରିଥିବା ସମସ୍ତ ଟଙ୍କାକୁ ଜୁଆ ଖେଳି ଖର୍ଚ୍ଚ କରି ଦେଇଥିବା ପୁଲିସ ସମ୍ମୁଖରେ ମନୋଜ ବୟାନ ଦେଇଥିବା ଜଣାପଡିଛି।

 

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories