www.samajalive.in
Wednesday, December 10, 2025
17.1 C
Bhubaneswar

ଆଇପିଏଲରେ ରୋଚକ ଦୃଶ୍ୟ: ମ୍ୟାଚ ପରେ ପରସ୍ପରକୁ ଆଲିଙ୍ଗନ କଲେ ଗମ୍ଭୀର ଓ କୋହଲି

ନୂଆଦିଲ୍ଲୀ: ଶୁକ୍ରବାର ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ହରାଇ ବିଜୟ ହୋଇଥିଲା କୋଲକତା ନାଇଟ ରାଇଡର୍ସ। ୧୮୩ରନର ଟାର୍ଗେଟକୁ ସହଜରେ ପୁରା କରିଥିଲା କୋଲକତା। ଟିମର ଏହି ବୃହତ ବିଜୟ ପରେ ଗୌତମ ଗମ୍ଭୀର ସମସ୍ତ ସଦସ୍ୟଙ୍କୁ ପଡିଆରେ ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ ଏକ ବିଶେଷ ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଛି। ଏହି ଦୃଶ୍ୟ ଦେଖିବା ପରେ ଉଭୟ ଟିମର ପ୍ରଶଂସକ ମାନେ ମଧ୍ୟ ତାଜୁବ ହୋଇଥିଲେ। ଦୃଶ୍ୟଟି ଥିଲା ଟାଇମ୍‌‌ ଆଉଟ ସମୟରେ ବିରାଟ କୋହଲି ଓ ଗୌତମ ଗମ୍ଭୀର ପରସ୍ପରକୁ ଆଲିଙ୍ଗନ କରି ହାତ ମିଳିଇଥିଲେ। ପରସ୍ପର ହସି ହସି କିଛି ସମୟ କଥାବାର୍ତ୍ତା କରିଥିବା ମଧ୍ୟ ଦେଖିବାକୁ ମିଳିଛି। ଏଠାରେ କହି ରଖୁଛୁ ଯେ ୨୦୨୩ ଆଇପିଏଲରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ କଥା ହାଇଭୋଲଟେଜ୍‌‌ ଲଢେଇ ଦେଖିବାକୁ ମିଳିଥିଲା। ସେତେବେଳେ ଗମ୍ଭୀର କେକେଆର କ୍ୟାପଟେନ ଥିବା ବେଳେ ବିରାଟ କୋହଲି ଆରସିବିର କ୍ୟାପଟେନ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories