mission shakti banner

ବଡଧନୁର୍ଜୟପୁର ଜଙ୍ଗଲରେ ନିଆଁ

BSKY banner  750×100

ପାଟଣା: ୨୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ପାଟଣା ବ୍ଲକର ବଡ଼ଧନୁର୍ଜୟପୁର ନିକଟ ଜଙ୍ଗଲରେ ଶୁକ୍ରବାର ସନ୍ଧ୍ୟାରେ ଭୀଷଣ ନିଆଁ ଲାଗିଥିବା ଦେଖାଯାଇଛି। ସ୍ଥାନୀୟ ଲୋକେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏହି ନିଆଁରେ ବହୁ ଉପାଦେୟ ଚେରମୂଳି ଗଛ ପୋଡିଯାଇଥିବା ଦେଖାଯାଇଛି। ବନାଗ୍ନି ନିୟନ୍ତ୍ରଣ ପାଇଁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ସତ୍ତ୍ୱେ ଲୋକେ ନିଜ ସ୍ବାର୍ଥ ପାଇଁ ଜଙ୍ଗଲରେ ଏଭଳି ନିଆଁ ଲଗାଉଥିବା ଅଭିଯୋଗ ହେଉଥିବାରୁ ବନବିଭାଗ ଏହି ଦିଗରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି।

Comments are closed.