www.samajalive.in
Sunday, December 7, 2025
23.1 C
Bhubaneswar

୧୯୮୪ଶିଖ ସାମ୍ପ୍ରଦାୟିକ ହିଂସା:୩୪ବର୍ଷ ପରେ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ଗୋଟିଏ ପଟେ ୩ଟି ରାଜ୍ୟରେ ନିଜ ସ୍ଥିତି ସୁଦୃଢ କରି କଂଗ୍ରେସ ସରକାର ଗଢୁଥିବାବେଳେ ଅନ୍ୟପଟେ ୩୪ବର୍ଷ ପୂରୁଣା ଶିଖ୍‍ ସାମ୍ପ୍ରଦାୟିକ ହିଂସା ଘଟଣାରେ ନିମ୍ନ କୋର୍ଟର ରାୟକୁ ବଦଳାଇ କଂଗ୍ରେସ ନେତା ସଜ୍ଜନକୁମାରଙ୍କୁ ଜଣେ ବ୍ୟକ୍ତିଙ୍କ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ।
ପ୍ରାୟ ୩୪ବର୍ଷ ପରେ ୧୯୮୪ଶିଖ୍‍ ସାମ୍ପ୍ରଦାୟିକ ହିଂସା ଘଟଣାରେ ନିମ୍ନ କୋର୍ଟର ରାୟକୁ ବଦଳାଇ ସଜ୍ଜନ କୁମାରଙ୍କୁ ଏଥିରେ ଦୋଷୀ ବୋଲି ରାୟ ପ୍ରଦାନ କରିଛନ୍ତିି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ। ସଜ୍ଜନକୁମାରଙ୍କ ନାମରେ ହିଂସାତ୍ମକ ଘଟଣାକୁ ବୃଦ୍ଧି କରିବା ଓ ଅପରାଧୀକ ଷଡ଼ଯନ୍ତ୍ର କରିବା ଅଭିଯୋଗ ଥିଲା।
ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ସଜ୍ଜନ କୁମାରଙ୍କ ସମେତ ବଲବାନ ଖୋଖର, କ୍ୟାପଟେନ ଭାଗମଲ ଓ ଗିରିଧାରୀଙ୍କୁ ଆଜୀବନ ଦଣ୍ଡାଦେଶ ବଳବତ୍ତର ରଖିଛନ୍ତି। ଏହା ବ୍ୟତୀତ ପ୍ରାକ୍ତନ ବିଧାୟକ ମହେନ୍ଦ୍ର ଯାଦବ ଓ କିଶନ ଖୋଖରଙ୍କ ଦଣ୍ଡାଦେଶକୁ ବୃଦ୍ଧି କରି ସେମାନଙ୍କୁ ୧୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ନିମ୍ନ କୋର୍ଟ ପୂର୍ବରୁ ଉପରୋକ୍ତ ଅଭିଯୁକ୍ତିଙ୍କୁ ୩ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ।
ଶିଖ ସାମ୍ପ୍ରଦାୟିକ ହିଂସାକାଣ୍ଡ ମାମଲାରେ ଉଚ୍ଚ ନ୍ୟାୟାଳୟର ଏହି ରାୟ ପରେ ସଜ୍ଜନ କୁମାରଙ୍କୁ ୩୧ଡିସେମ୍ବର ପୂର୍ବରୁ ଆତ୍ମସମର୍ପଣ କରିବାକୁ ପଡ଼ିବ।
ପୂର୍ବରୁ ୧୯୮୪ରେ ଘଟିଥିବା ଶିଖ ସାମ୍ପ୍ରଦାୟିକ ହିଂସାକାଣ୍ଡରେ ୨୦୧୩ରେ ନିମ୍ନ କୋର୍ଟ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ପ୍ରମାଣ ଅଭାବରୁ ନିର୍ଦେଶ ବୋଲି ରାୟ ପ୍ରଦାନ କରିଥିଲା। ଏହି ଘଟଣାରେ ସଜ୍ଜନ କୁମାରଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ କୋର୍ଟ ପକ୍ଷରୁ ଦଣ୍ଡିତ କରାଯାଇ ଥିଲା।
ନିମ୍ନ କୋର୍ଟରେ ଦଣ୍ଡିତ ଅଭିଯୁକ୍ତି ନିମ୍ନ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହୋଇଥିବାବେଳେ ସିବିଆଇ ଓ ଦଙ୍ଗା ପିଡ଼ିତଙ୍କ ପକ୍ଷରୁ ସଜ୍ଜନ କୁମାରଙ୍କୁ ନିର୍ଦୋଶ ରାୟକୁ ଚ୍ୟାଲେଞ୍ଜ କରି ଉଚ୍ଚ ନ୍ୟାୟାଳୟରେ ଗୁହାରି କରାଯାଇ ଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories