www.samajalive.in
Sunday, December 7, 2025
23.1 C
Bhubaneswar

ଲଗାଣ ବର୍ଷା ପରେ ଟ୍ବିନ୍ ସିଟିରେ ଘନ କୁହୁଡି: ଆଜିଠୁ ବଦଳିବ ପାଗ

ଭୁବନେଶ୍ବର: ଲଗାଣ ବର୍ଷା ପରେ ଟ୍ବିନ୍ ସିଟିରେ ଘନ କୁହୁଡି। ଗୁରୁବାର(ଆଜି) ସକାଳୁ କଟକ ଓ ଭୁବନେଶ୍ବରରେ ଘନ କୁହୁଡି ପରିଲକ୍ଷିତ ହୋଇଛି। ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ସେପଟେ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଥିଲା ବେଳେ ଆଜିଠାରୁ ପାଗ ବଦଳିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ  ମାର୍ଚ୍ଚର ତାପମାତ୍ରା ରେକର୍ଡ ଭାଙ୍ଗିଛି। ମାର୍ଚ୍ଚରେ ରାଜ୍ୟରେ ନିର୍ଦ୍ଧିଷ୍ଟ ଭାବେ ଗୋଟିଏ ଦିନର ସର୍ବୋଚ୍ଚ ତାପମାତ୍ରା ସବୁଠି ନିମ୍ନ ସ୍ତରକୁ ଖସିବାରେ ରେକର୍ଡ ଭାଙ୍ଗିଛି । ବୁଧବାର ପୁରୀରେ ଦିନର ସର୍ବାଧିକ ତାପମାତ୍ରା ୨୦.୪ ଡିଗ୍ରୀ ଥିବାବେଳେ ଏହା ୧୨୧ ବର୍ଷର ରେକର୍ଡ ଭାଙ୍ଗିଛି। ଚାନ୍ଦବାଲିରେ ୨୧ ଡିଗ୍ରୀ ତାପମାତ୍ରା ଥିବାରୁ ୭୨ ବର୍ଷର ରେକର୍ଡ ଭାଙ୍ଗିଛି।  ସେହିପରି ରାଜଧାନୀରେ ସର୍ବାଧିକ ୧୯.୨ ଡିଗ୍ରୀ ଥିବାବେଳେ ୭୧ ବର୍ଷର , ବାରିପଦାରେ ୨୦.୪ ଡିଗ୍ରୀ ଥିବାବେଳେ ୬୮ ବର୍ଷର ଏବଂ ପାରାଦୀପରେ ୨୦.୭ ଡିଗ୍ରୀ ଥିବାବେଳେ ଏଠାରେ ୫୪ ବର୍ଷର ରେକର୍ଡ ଭାଙ୍ଗିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories