www.samajalive.in
Monday, December 15, 2025
24.1 C
Bhubaneswar

ରେଳ ଫାଟକ ପଡିବା ସମୟରେ ଗେଟ ଭାଙ୍ଗିଲା, ଏକ ଘଣ୍ଟା ଧରି ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ସାକ୍ଷୀଗୋପାଳ : ସାକ୍ଷୀଗୋପାଳ ବଜାର ରେଳ ଫାଟକ ପଡୁଥିବା ସମୟରେ ରେଳ ଗେଟ ଭାଙ୍ଗି ଯିବାରୁ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ସାକ୍ଷୀଗୋପାଳ ବଜାର ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ ହୋଇ ଯାଇଥିଲା । ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଲୋକ ଓ ଯାନବାହାନ ଅଟକି ରହିଥିଲା  । ସାକ୍ଷୀଗୋପାଳ ବଜାର ମଧ୍ୟ ଦେଇ ଯାଇଥିବା ପୁରୀ ଖୋର୍ଦ୍ଧା ରେଳ ପଥର  ସାକ୍ଷୀଗୋପାଳ ରେଳ ଫାଟକରେ ଏକ ଟ୍ରେନ ଯିବା ପାଇଁ ମଧ୍ୟାହ୍ନ  ୧୨ ଘଟିକା ସମୟରେ ରେଳ ଫାଟକ ପଡୁଥିବା ସମୟରେ ହଠାତ ଏକ  ପାର୍ଶ୍ଵର  ଗେଟ ( ବୁମ )ଅଧାରୁ ଭାଙ୍ଗିଯାଇ ଅଚଳ ହୋଇ ପଡିଥିଲା  ।  ସେଠାରେ ଫାଟକ ପକାଉଥିବା  କର୍ମଚାରୀମାନେ ଦୀର୍ଘ ସମୟ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ । ଏହି ସମୟରେ ଉକ୍ତ ଲେବୁଲ କ୍ରସିଂର  ଉଭୟ ପାର୍ଶ୍ୱରେ  ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଶହ ଶହ ଜନସାଧାରଣ ଅପେକ୍ଷା କରି ରହିଥିଲେ । ସେହିପରି ରେଳ ଫାଟକ ଖରାପ ହୋଇ ଯାଇଥିବାରୁ ରେଳ ଚଳାଚଳ ମଧ୍ୟ ବନ୍ଦ ରହିଥିଲା । ଖବର ପାଇ ସାକ୍ଷୀଗୋପାଳ ରେଳବାଇ ଫାଣ୍ଡି  ପୋଲିସ ଅଧିକାରୀଣି ଇନ୍ଦୁମତୀ ସୁକ୍କା ତାଙ୍କ ଟିମ ଓ ଅନ୍ୟ ରେଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି  ଭଙ୍ଗା ଗେଟକୁ କାର୍ଯ୍ୟକ୍ଷମ କରିବା ପରେ ଲୋକମାନେ ଯିବା ଆସିବା କରିଥିଲେ ।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories