ସଦ୍ଗୁରୁ ଜଗ୍ଗୀ ବାସୁଦେବଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର-ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି
ନୂଆଦିଲ୍ଲୀ – ପ୍ରବଳ ମୁଣ୍ଡ ବଥା ପରେ ସଦ୍ଗୁରୁ ଜଗ୍ଗୀ ବାସୁଦେବଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଆପୋଲୋରେ ଭର୍ତ୍ତି କରାଯାଇଛି । ତାଙ୍କ ମୁଣ୍ଡରେ ରକ୍ତଜମାଟ ସହ ଅନ୍ୟ ସମସ୍ୟା ପାଇଁ ଜରୁରୀ କାଳୀନ ଅସ୍ତ୍ରୋପଚାର କରାଯାଇଛି । ଗତ କିଛି ଦିନ ଧରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା । ମାର୍ଚ୍ଚ ୧୭ ତାରିଖରେ ତାଙ୍କ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିବା କଥା ଜଣା ପଡିଥିଲା । ଏମ୍ଆର୍ଆଇରୁ ତାଙ୍କ ମସ୍ତଷ୍କରେ ରକ୍ତ ଜମାଟ ବାନ୍ଧିଥିବା ଜଣା ପଡିଥିଲା ।
Neurologist Dr. Vinit Suri of @HospitalsApollo gives an update about Sadhguru’s recent Brain Surgery.
A few days ago, Sadhguru underwent brain surgery after life-threatening bleeding in the brain. Sadhguru is recovering very well, and the team of doctors who performed the… pic.twitter.com/UpwfPtAN7p
— Isha Foundation (@ishafoundation) March 20, 2024
ଡାକ୍ତର ବିନୀତ ସୁରୀ ଏବେ ତାଙ୍କର ଚିକିତ୍ସା କରୁଛନ୍ତି । ତାଙ୍କର ସଫଳ ଭାବେ ଅସ୍ତ୍ରୋପଚାର କରାଯାଇଥିବା କୁହାଯାଇଛି । ଅସ୍ତ୍ରୋପଚାର ପରେ ତାଙ୍କୁ ଭେଣ୍ଟିଲେଟରରୁ ବାହାରକୁ ଅଣାଯାଇଛି । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା କଥା ମେଡିକାଲ ବୁଲେଟିନ୍ରେ କୁହାଯାଇଛି ।
Comments are closed.