www.samajalive.in
Monday, December 15, 2025
24.1 C
Bhubaneswar

ନୂଆ ଇଲେକ୍ଟ୍ରିକ୍ ସ୍କୁଟର ଆଣିଲା ଫୁଜିୟାମା, ଥରେ ଚାର୍ଜ କଲେ ଯିବ ୧୪୦ କି.ମି.

ନୂଆଦିଲ୍ଲୀ : ଫୁଜିୟାମା ଇଭି ନିଜ କ୍ଲାସିକ୍ ଇ-ସ୍କୁଟରର ବଜାର ପ୍ରବେଶ କରାଇଛି । ଏହି ସ୍କୁଟରର ଦାମ୍ ୭୯,୯୯୯ ଟଙ୍କା ରଖାଯାଇଛି । କମ୍ପାନୀର କହିବାନୁସାରେ ଏହି ସ୍କୁଟରକୁ ସମ୍ପୂର୍ଣ୍ଣ ଚାର୍ଜ କଲେ ୧୨୦-୧୪୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଆପଣ ଏହାକୁ ୪୯୯ ଟଙ୍କା ଦେଇ ବୁକ୍ କରିପାରିବେ ।

ଫୁଜିୟାମା ଇଭି କ୍ଲାସିକ୍ ସ୍କୁଟରରେ ୩ ହଜାର ଓ୍ବାଟର ପିକ୍ ପାଓ୍ବର ମୋଟର ଦିଆଯାଇଛି । କମ୍ପାନୀ ଅନୁସାରେ ଏହାର ଟପ୍ ସ୍ପିଡ୍ ୬୦-୭୦ କିଲୋମିଟର ପ୍ରତି ଘଣ୍ଟା । ଏହି ସ୍କୁଟରରେ ଲିଥିୟମ୍ ଆୟନ ଫସଫେଟ୍ ବ୍ୟାଟେରୀ ଦିଆଯାଇଛି । ଏଥିରେ ଟ୍ବିନ୍ ବ୍ୟାରେଲ୍ ଲାଇଟ୍ସ ଏବଂ କମ୍ବି ଡ୍ରମ୍ ବ୍ରେକ୍ ଭଳି ଫିଚର୍ସ ଦିଆଯାଇଛି । କମ୍ପାନୀ କହିବାନୁସାରେ ଏହାର ବ୍ୟାଟେରୀ ସମ୍ପୂର୍ଣ୍ଣ ଚାର୍ଜ ହେବା ପାଇଁ ୪ ଘଣ୍ଟା ସମୟ ଲାଗିଥାଏ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories