www.samajalive.in
Saturday, December 13, 2025
23.1 C
Bhubaneswar

୩ଟି ଗ୍ରାମ ପଞ୍ଚାୟତରୁ ପିଠା କାର୍ଯ୍ୟକ୍ରମର ଶୁଭାରମ୍ଭ

ଖୁଣ୍ଟା : ଖୁଣ୍ଟା ମିନି ଷ୍ଟାଡିୟମରେ ସାନଖୁଣ୍ଟା ଗ୍ରାମ ପଞ୍ଚାୟତ ପକ୍ଷରୁ ସରକାରଙ୍କ ପିଠା କାର୍ଯ୍ୟକ୍ରମ ସହିତ ଟିଟିଆ ଗ୍ରାମ ପଞ୍ଚାୟତ ଓ ଶିଳଘାଟି ଗ୍ରାମ ପଞ୍ଚାୟତକୁ ମିଶାଇ ଗୋପବନ୍ଧୁ ନଗର ବ୍ଲକର ତିନି ଗୋଟି ସ୍ଥାନରେ ଏକକାଳୀନ ପିଠା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଗ୍ରାମ ପଞ୍ଚାୟତ ସ୍ତରରେ ପିଠା କ୍ୟାମ୍ପର ଆୟୋଜନ କରାଯାଇ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ହିତାଧିକାରୀଙ୍କୁ ସଚେତନ କରାଇବା ସହିତ ସେମାନଙ୍କର ହକ୍ ସେମାନଙ୍କ ନିକଟରେ ସିଧାସଳଖ ପହଞ୍ଚାଇବା କାର୍ଯ୍ୟକ୍ରମର ଉଦେଶ୍ୟ ବୋଲି ଗୋପବନ୍ଧୁ ନଗର ବିଡିଓ ମନୋଜ କୁମାର ବେହେରା ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ। ତିନୋଟି ପଞ୍ଚାୟତରେ ୩୩ ଜଣ ହିତାଧିକାରୀଙ୍କୁ ଗ୍ରାମୀଣ ବିଦ୍ୟୁତିକରଣ ଯୋଜନାରେ ସାମିଲ କରାଯାଇଛି, ନୂତନ ଭାବେ ୨୯ ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ, ପଞ୍ଚାୟତ ପ୍ରତି୨ଜଣ କରି ମୋଟ ୬ ଜଣଙ୍କୁ ବିଜୁ ପକ୍କା ଘର ପୂର୍ଣ୍ଣାଙ୍ଗ କରଣ ସହାୟତା, ଟିଟିଆ ଗ୍ରାମପଞ୍ଚାୟତର ୨ଜଣଙ୍କୁ ହରିଶ୍ଚନ୍ଦ୍ର ସହାୟତା, ସାନଖୁଣ୍ଟା ପଞ୍ଚାୟତର ଜଣଙ୍କୁ କଳାକାର ଭତ୍ତା ପ୍ରଦାନ କରାଯାଇଛି। ମିନି ଷ୍ଠାଡିୟମରେ ଅୟୋଜିତ କାଯ୍ୟକ୍ରମରେ ସାନଖୁଣ୍ଟା ସରପଞ୍ଚ ସୁମିତ୍ରା ନାଏକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ବିଡିଓ ଶ୍ରୀ ବେହେରା ମୁଖ୍ୟ ଅତିଥି, ସମିତି ସଭ୍ୟା ସାବିତ୍ରୀ ମୁର୍ମୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ଟିଟିଆ ଗ୍ରାମ ପଞ୍ଚାୟତରେ ସରପଞ୍ଚ ସରସ୍ୱତୀ ମାଝୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ବ୍ଲକର ସହକାରୀ ଯନ୍ତ୍ରୀ ଶରତ କୁମାର ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଅନୁରୂପ ଭାବେ ଶିଳଘାଟି ଗ୍ରାମ ପଞ୍ଚୟତରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories