www.samajalive.in
Saturday, December 13, 2025
14.1 C
Bhubaneswar

ନିଆଁରେ ପୋଡି ହୋଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଖୁଣ୍ଟା : ଖୁଣ୍ଟା ଥାନା ଅନ୍ତର୍ଗତ ଟିଟିଆ ଗ୍ରାମରେ ଶୁକ୍ରବାର ରାତିରେ ଜଣେ ମହିଳା ନିଅାଁରେ ପୋଡି ହୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଜଣାପଡିଛି। ସେ ଏବେ ଗୁରୁତର ଅବସ୍ଥାରେ ବାରିପଦାରେ ଚିକିତ୍ସିତ ହେଉଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ଟିଟିଆ ଗ୍ରାମର ଅଶୋକ ଗଞ୍ଜୁ ଓରଫ ସୁକୁରାଙ୍କ ପତ୍ନୀ ସୁନିତା(୩୦)। ଏହି ଘଟଣା ବାବଦରେ ମେଡିକାଲ କଲେଜ ଡାକ୍ତରଙ୍କ ଠାରୁ ସୂଚନା ପାଇ ଶନିବାର ଖୁଣ୍ଟା ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚିକିତ୍ସାଧୀନ ମହିଳାଙ୍କୁ ଭେଟିବା ସହ ତାଙ୍କର ବୟାନ ରେକର୍ଡ କରିଥିଲା। ବୟାନ ରେକର୍ଡ ବେଳେ ଘରୋଇ କଳି ପାଇଁ ସେ ଅତିଷ୍ଠ ହୋଇ ନିଜ ଦେହରେ ନିଆଁ ଲଗାଇ ଅତ୍ମହତ୍ୟା ଉଦ୍ୟମ କରିଥିବା କହିଥିଲେ। ସୂନଚା ଯୋଗ୍ୟ ଯେ, ଶୁକ୍ରବାର ରାତି ପ୍ରାୟ ସାଢେ ଆଠଟା ସମୟରେ ସୁନିତା ନିଅାଁରେ ପୋଡି ଯାଇଥିଲେ। ସେତେବେଳେ ଚୁଲି ନିଆଁ ଯୋଗୁ ସେ ପୋଡିଯାଇଥିବା ଅନୁମାନ କରାଯାଉଥିଲା। ରାତିରେ୧୦୮ ଉପଲବ୍ଧ ନହେବାରୁ ଭଡା ଗାଡିରେ ତାଙ୍କୁ ନେବା ପାଇଁ ଚେଷ୍ଟା କରା ଯାଇଥିଲା। ତେବେ ଶେଷରେ ଗୋଟିଏ ଗାଡି ଆହତଙ୍କୁ ନେବା ପାଇଁ ରାଜି ହୋଇଥିବା ବେଳେ ସେତେବେଳକୁ ଦେଢଘଣ୍ଟା ଅତିକ୍ରାନ୍ତ ହୋଇଯାଇଥିଲା। ସୁନିତାଙ୍କର ୫ ବର୍ଷର ପୁଅଟିଏ ରହିଛି। ତେବେ ଘଟଣା ବାବଦରେ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ସୁନିତାର ବାପ ଘର ଲୋକ ଥାନାରେ କୌଣସି ଲିଖିତ ଅଭିଯୋଗ କରିନଥିବା ତଦନ୍ତ କାରୀ ଅଧିକାରୀ ନୈସାଦ ଅଲ୍ଲୀ ଖାନ କହିଛନ୍ତି।

Hot this week

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

Related Articles

Popular Categories