www.samajalive.in
Saturday, December 13, 2025
23.1 C
Bhubaneswar

ଦେପୁର ଓ କଲମପୁର ପଞ୍ଚାୟତରେ ପାଳିତ ହେଲା ପୀଠା କାର୍ଯ୍ୟକ୍ରମ

କଲମପୁର : ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ହିତାଧିକାରୀଙ୍କ ନିକଟତର କରିବା ଓ ଯୋଜନା ସମ୍ବନ୍ଧରେ ତୃଣମୂଳସ୍ତର ଲୋକଙ୍କୁ ସଚେତନତା କରାଇବା ଉଦ୍ଦେଶ୍ୟରେ ‘ପୀଠା’କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଯୋଜନା ମାଧ୍ୟମରେ ସରକାରଙ୍କ ସାମାଜିକ ସୁରକ୍ଷା, ବିଜୁ ପକ୍କା ଘର, ମଧୁ ବାବୁ ପେନସନ ଯୋଜନା, କଳାକାର ଭତା, ମୋ ବିଜୁଳି ଯୋଜନା ସହିତ ଅନ୍ୟାନ୍ୟ ସରକାରୀ ଯୋଜନା ସମ୍ବନ୍ଧରେ ଲୋକଙ୍କୁ ବୁଝାଇବା ହେଉଛି ଏହି କାର୍ଯ୍ୟକ୍ରମର ମୁଳଲକ୍ଷ୍ୟ ବୋଲି କଲମପୁର ପଞ୍ଚାୟତ ପରିସରରେ ଆୟୋଜିତ ସଚେତନତା ସଭାରେ ବି.ଡି.ଓ ହେମସାଗର ଭୋଇ ମତବ୍ୟକ୍ତ କରିଥିଲେ। ସରକାରଙ୍କ ଯୋଜନାରେ ସାଧାରଣ ଲୋକ କିଭଳି ଯୋଡି ହୋଇ ତାର ସହାୟତା ନେଇ ପାରିବେ ସେନେଇ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ସମିତି ଅଧ୍ୟକ୍ଷା ମଞ୍ଜୁଳା ସାହୁ ମତବ୍ୟକ୍ତ କରିଥିଲେ। ଏଥିରେ ସରପଞ୍ଚ ମୀନା କୁମାରୀ ମାଝୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ୟାମ ପ୍ରାସାଦ ମିଶ୍ରଙ୍କ ସମେତ ସମସ୍ତ ୱାର୍ଡ ମେମ୍ବର, ଅଙ୍ଗନବାଡି, ଆଶା କର୍ମୀଙ୍କ ସମେତ ଜନସାଧାରଣ ଉପସ୍ଥିତ ରହିଥିଲେ। ଏହି ଅବସରରେ ନୂତନ ଭାବେ ଚୟନ ହେଇଥିବା ୭ ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ନଭେମ୍ବର ଓ ଡିସେମ୍ବର ମାସର ଭତା ପ୍ରଦାନ କରାଯାଇଥିଲା। ସେହିଭଲି ୪ ମାସ ମଧ୍ୟରେ ବିଜୁ ପକ୍କା ଘର କାର୍ଯ୍ୟକୁ ସମ୍ପାଦିତ କରିଥିବା ୨୦ ହଜାର ଟଙ୍କାର ସହାୟତା ରାଶି ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ସେହିଭଲି ୬ ମାସରେ ସମ୍ପାଦିତ କରିଥିବା ବିଜୁ ପକ୍କା ଘରର ହିତାଧିକାରୀଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ସମେତ ପ୍ରମାଣ ପତ୍ର ପ୍ରଦନ କରାଯାଇଥିଲା। ଦେପୁର ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ଜଗବନ୍ଧୁ ଦୁର୍ଗା, ସମିତି ସଭ୍ୟ ଗଜିନ୍ଦ୍ର ବିହାର, ପି.ଇ.ଓ ରାମ ଚନ୍ଦ୍ର ନାଏକ ଉପସ୍ଥିତ ରହି ଯୋଜନା ସମ୍ବନ୍ଧରେ ଲୋକଙ୍କୁ ବୁଝାଇଥିଲେ। ଏଥିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋପାଳ କୃଷ୍ଣ ମିଶ୍ର, ଅତିରିକ୍ତ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କରୁଣାକର ବାଗ, ପ୍ରଗତି ସହାୟକ ଲକ୍ଷ୍ମଣ ହରିଜନ ପ୍ରମୁଖ ଯୋଗ ଦେଇଥିଲେ। ଏଅବସରରେ ପଞ୍ଚାୟତର ୨୪ ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଦିଆଯାଇଥିବା ବେଳେ ପ୍ରେମଲାଲ ଦାସ ଓ ଉପେନ୍ଦ୍ର ତେଣ୍ଡକାରୀଙ୍କୁ କଳାକାର ଭତା ପ୍ରଦାନ କରାଯାଇଥିଲା। ସେହିଭଳି ୪ ମାସ ମଧ୍ୟରେ ବିଜୁ ପକ୍କା ଘର କାର୍ଯ୍ୟ ସମ୍ପାଦିତ କରିଥିବା ୨ ଜଣ ହିତାଧିକାରୀଙ୍କୁ ସହାୟତା ରାସି ପ୍ରଦାନ କରାଯାଇଥିଲା।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories