ଦଳୀୟ ନେତା ଓ କର୍ମୀଙ୍କୁ ତୃଣମୂଳସ୍ତରରୁ ଏକଜୁଟ୍‌‌ ହେବାକୁ ଜୟଦେବଙ୍କ ଆହ୍ୱାନ

ଜିଲା କଂଗ୍ରେସ ନିର୍ବାଚନ ପରିଚାଳନା ବୈଠକ

କେନ୍ଦୁଝରଗଡ: ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ କେନ୍ଦୁଝର ଲୋକସଭା ଏବଂ ଜିଲାର ଆନନ୍ଦପୁର, ଘସିପୁରା, କେନ୍ଦୁଝର ସଦର, ପାଟଣା, ତେଲକୋଇ ଓ ଚମ୍ପୁଆ ବିଧାନସଭା ନିର୍ବାଚନମଣଡଳୀ ପାଇଁ ପ୍ରାର୍ଥୀ ଚୟନ ଏବଂ କିପରି ଭାବେ ନିର୍ବାଚନ ପରିଚାଳନା ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା କଂଗ୍ରେସ ଭବନ ଠାରେ ଜ଼ିଲା ସଭାପତି ମୋହନ ଚରଣ ପରିଡାଙ୍କ ସଭାପତିତ୍ୱରେ ଗୁରୁବାର ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଯୋଗଦେଇ କଂଗ୍ରେସ ନେତୃମଣ୍ଡଳୀଙ୍କୁ ଉତ୍ସାହିତ କରିବା ସହିତ ଦିଗଦର୍ଶନ ଦେଇଥିଲେ। ବିଜେପି ଓ ବିଜେଡି ମିଳିତ ଭାବେ ଦେଶ ଏବଂ ରାଜ୍ୟକୁ ଲୁଣ୍ଠନ କରିବା ସହିତ ଦେଶର ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛନ୍ତି ସେଥିପାଇଁ କଂଗ୍ରେସ କର୍ମୀମାନେ ତୃଣମୂଳସ୍ତରରୁ ଏକଜୁଟ ହୋଇ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଶ୍ରୀ ଜେନା ଆହ୍ୱାନ ଦେଇଥିଲେ।

ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଶ୍ରୀ ଜେନା ପିସିସି କର୍ମକର୍ତା, ପିସିସି ସଭ୍ୟ, କଂଗ୍ରେସ ନେତୃମଣ୍ଡଳୀ, ବ୍ଲକ ଓ ନଗର ସଭାପତି, ଛାମୁଆଁ ସଙ୍ଗଠନ ସଭାପତିମାନଙ୍କୁ ଭେଟି ଆଲୋଚନା କରିବା ସହ ଖୁବ୍‌‌ ଶୀଘ୍ର ଏକ କମିଟି ଗଠନ କରାଯିବ ବୋଲି ଶ୍ରୀ ଜେନା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ସୁଶ୍ରୀ ସଙ୍ଗୀତା ସିଂହ, ରାଜ୍ୟ କଂଗ୍ରେସ ପଛୁଆବର୍ଗ ଉପସଭାପତି ତଥା ଘସିପୁରା ବ୍ଲକ କଂଗ୍ରେସ ସଭାପତି ସୁବ୍ରତ କୁମାର ଚକ୍ର, ପୂର୍ବତନ ଜ଼ିଲା କଂଗ୍ରେସ ସଭାପତି ବିପ୍ଳବ ମିଶ୍ର, ଜ଼ିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଜ଼ିଲା କଂଗ୍ରେସ ପଛୁଆବର୍ଗ ସଭାପତି ଯଦୁମଣି ବାରିକ, ଜ଼ିଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ଜ଼ିଲା ମହିଳା କଂଗ୍ରେସ ସଭାପତି ପ୍ରବୀଣା ଦଣ୍ଡପାଟ, ଜ଼ିଲା କଂଗ୍ରେସ ସେବାଦଳ ଅଧକ୍ଷ ବୀରଭଦ୍ର ମହାନ୍ତ, ଜ଼ିଲା ଆଦିବାସୀ କଂଗ୍ରେସ ସଭାପତି ଇଂ ବିନୋଦ ବିହାରୀ ନାୟକ, ଜ଼ିଲା କଂଗ୍ରେସ କୃଷକ ସେଲ ସଭାପତି ଦିଲ୍ଲୀପ କୁମାର ସାହୁ, ଜ଼ିଲା କଂଗ୍ରେସ ସୋସିଆଲ ମିଡ଼ିଆ ଅଧକ୍ଷ ସୁଢଳ କୁମାର ସେଠୀ, ଜ଼ିଲା ସଂଯୋଜକ ତାରିଣୀ ପ୍ରସାଦ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ବସନ୍ତ କୁମାର ଦାସ, ବିଦ୍ୟାଧର ଦାଶ, ଦେବେନ୍ଦ୍ର ନାଥ ନାୟକ, ଗୌରହରି ନାୟକ, ନିକୁଞ୍ଜ ବିହାରୀ ମିଶ୍ର, ନାରାୟଣ ପ୍ରଧାନ, ଲଳିତ ମୋହନ ନାୟକ, ରତ୍ନାକର ଜେନା, ଶ୍ରୀଧର ଦଳେଇ, ବ୍ଲକ ସଭାପତି ମୁକୁନ୍ଦ ଚରଣ ମହାନ୍ତ, ପ୍ରଭାକର ନାୟକ, ଶତୃଘ୍ନ ସିଂହ, ହାଡିବନ୍ଧୁ ଖୁଣ୍ଟିଆ, ଉତ୍ତମ କୁମାର ସାହୁ, ଶଶୀକାନ୍ତ ଧୀର, ପ୍ରଦୀପ କୁମାର ପ୍ରଧାନ, ସଚ୍ଚିଦାନନ୍ଦ ମିଶ୍ର, ଅମିତ କୁମାର ମହାନ୍ତ, ରଞ୍ଜିତ ବେହେରା, ଲଷ୍ମଣ ମହାନ୍ତ, ସଫାକତ ଆନସାରି, ସୁବ୍ରତ କୁମାର ନାଏକ, କଂଗ୍ରେସ ନେତା ଶିବ ବେହେରା, ସୁରେଶ ଜେନା, ଭୋଳାନାଥ ବଘେଲବାବୁ, ସୁଜୁନି ନାୟକ, ଯୁବ କଂଗ୍ରେସ ନେତା ନିର୍ମଳ କୁମାର ନାୟକ, ଗୌରହରି ପାତ୍ର, ସୌମ୍ୟରଞ୍ଜନ ରାଉତ, ଆଶିଷ କୁମାର ପାତ୍ର, ଅଭିଜିତ ବେହେରା, ସଂଗ୍ରାମ ବେହେରା, ମାନସ କୁମାର ବେହେରା, ମହେଶ ଦେବତା, ଲୁଲୁ ଜେନା, ଅନ୍ତର୍ଯ୍ୟାମୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପିସିସି ସମ୍ପାଦକ ସଂଗ୍ରାମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.