www.samajalive.in
Sunday, December 7, 2025
16.1 C
Bhubaneswar

ପାତ୍ରପୁର ବ୍ଲକରେ ପଞ୍ଚାୟତି ରାଜ ଦିବସ ପାଳିତ

ପାତ୍ରପୁର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ବାର୍ଷିକୀ ଅବସରରେ ପାତ୍ରପୁର ବ୍ଲକ ସମ୍ମିଳନୀ କକ୍ଷ ଠାରେ ପଞ୍ଚାୟତି ରାଜ ତଥା ଲୋକ ସେବା ଦିବସ ପାଳନ କରାଯାଇଥିଲା। ବିଡ଼ିଓ ସୁମନ ସୁଧା କୁଣ୍ଡୁଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଯଶୋଦା ଶବର, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ରବୀନ୍ଦ୍ର କୁମାର ମିଶ୍ର, ଅତିରିକ୍ତ ସହକାରୀ ଯନ୍ତ୍ରୀ ଅର୍ପଣ ପୂଜାରୀ ,ରାମଚନ୍ଦ୍ର ନାୟକ ପ୍ରମୁଖ ମଞ୍ଚାସିନ ରହିଥିଲେ। ବିଜୁ ବାବୁଙ୍କ ଫଟୋ ଚିତ୍ରରେ ମର୍ଲ୍ୟା ଅର୍ପଣ କରିବା ସହ ତ୍ରିସ୍ତରୀୟ ପଞ୍ଚାୟତି ରାଜ ବ୍ୟବସ୍ଥା ସହିତ ବିଜୁ ବାବୁଙ୍କ ସମ୍ପର୍କରେ ଅତିଥିମାନେ ଆଲୋକପାତ କରି ଥିଲେ। ସାମାଜିକ ସୁରକ୍ଷା ଅଧିକାରୀ ସ୍ନେହାଶିଷ ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ କମ୍ପ୍ୟୁଟର ପ୍ରୋଗ୍ରାମର ଦେବାଶିଷ ପ୍ରଧାନ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଦାସ ସାହୁ, କାଶୀନାଥ ତିଆଡ଼ି ଓ କଳ୍ପଳତା ମହାରଣା ପ୍ରମୁଖ ପ୍ରବାଦ ଏହି ଦିବସ ପାଳନର ଲକ୍ଷ୍ୟ ଏବଂ ବିଜୁ ବାବୁଙ୍କ ସ୍ୱପ୍ନ ସମ୍ପର୍କରେ ପ୍ରକାଶ କରିଥିଲେ। ବ୍ଲକର ସମସ୍ତ କର୍ମଚାରୀ, ଜେଇ, ଜିଆରଏସ ଓ ଏମବିକେ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories