www.samajalive.in
Sunday, December 7, 2025
26.1 C
Bhubaneswar

କଣ୍ଟେନରକୁ ଧକ୍କା ଦେଲା କାର୍‌‌ ; ଗୋଟିଏ ପରିବାରର ୫ ମୃତ

ବଡୋଦରା : ଗୁଜରାଟର ବଡୋଦରା ସହର ନିକଟରେ ରାଜପଥରେ ଠିଆ ହୋଇଥିବା ଏକ କଣ୍ଟେନର ସହ କାର୍‌‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଏହି ଦୁର୍ଘଟଣାରେ ୨ ଦମ୍ପତି,ଜଣେ ଶିଶୁ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ସୋମବାର ପୁଲିସ ଠାରୁ ଏହି ସୂଚନା ମିଳିଛି। ପୁଲିସ କହିଛି, ରବିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ୨ ଜଣ ପୁରୁଷ ନିଜ ପତ୍ନୀଙ୍କ ଓ ଶିଶୁଙ୍କ ସହ କାର୍‌‌ରେ ବଡୋଦରା ଜିଲାର କର୍ଜନ ଅଞ୍ଚଳରୁ ଫେରୁଥିଲେ। କାର୍‌‌ଟି ରାସ୍ତା କଡରେ ଠିଆ ହୋଇଥିବା କଣ୍ଟେନର ସହ ଧକ୍କା ହୋଇଥିଲା। ୨ ଦମ୍ପତି ଓ ଏକ ବର୍ଷର ଜଣେ ଶିଶୁର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୪ ବର୍ଷର ଅନ୍ୟ ଏକ ଶିଶୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇବା ମାତ୍ରେ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି।

Hot this week

ଆବଶ୍ୟକ ହେଲେ ପୀଡିତାଙ୍କୁ କରାଯିବ ଏୟାରଲିଫ୍ଟ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

Related Articles

Popular Categories