www.samajalive.in
Tuesday, December 9, 2025
17.1 C
Bhubaneswar

ଖାଦ୍ୟର ଉତ୍ପାଦନ ଓ ଖାଦ୍ୟ ନଷ୍ଟରୁ ବଞ୍ଚାଇବା ନିମିତ୍ତ ଖାଦ୍ୟର ପ୍ରକ୍ରିୟାକରଣ ଉପରେ ଗୁରୁତ୍ବ ଦେବା ଦରକାର

ଭୁବନେଶ୍ବର: ଓଡିଶା ଖାଦ୍ୟ ପକ୍ରିୟାକରଣ ମନ୍ତ୍ରଣାଳୟ ଭାରତ ସରକାର, ଇଣ୍ଡିଆନ ଚାମ୍ବର ଅଫ କମର୍ସ(ଆଇସିସି) ଓ ଏମଏସଏମଇ’ର ମିଳିତ ସହଯୋଗରେ ଖାଦ୍ୟ ପକ୍ରିୟାକରଣ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଏମଏସଏମଇ ଓଡିଶା ସରକାରଙ୍କ ସ୍ବତନ୍ତ୍ର ସଚିବ ବିଭୂତି ଭୂଷଣ ଦାଶ, ସମ୍ମାନିତ ଅତିଥି ଏଫଏସଏସଏଆଇ ନିର୍ଦେଶକ ଶକ୍ତି ପ୍ରସାଦ ମିଶ୍ର, ଓୟୁଏଟି ଡିନ୍ ଡ.ସଞ୍ଜୟ କୁମାର ଦାଶ ଯୋଗ ଦେଇଥିଲେ। ଆଇସିସି ରାଜ୍ୟ ପରିଷଦ ଏଗ୍ରି ଖାଦ୍ୟ ପକ୍ରିୟାକରଣ କମିଟି ଉପଦେଷ୍ଟା ତଥା ଏସଏନଏମ୍ ଗ୍ରୁପ ଚେୟାରମ୍ୟାନ ଡ.ପ୍ରଦୀପ୍ତ ମହାନ୍ତି କାର୍ଯକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆଇସିସି ଅଧ୍ୟକ୍ଷ ଜେବି ପାଣି ସ୍ବାଗତ ଭାଷଣ କରି ଖାଦ୍ୟ ପକ୍ରିୟାକରଣ ଉପରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ଓ କହିଥିଲେ ଯେ ଏହି ଖାଦ୍ୟ ପ୍ରକ୍ରିୟାକରଣ ସମ୍ମିଳନୀ ମାଧ୍ୟମରେ ଆମେ ଟେକ୍ନଲୋଜି ପ୍ରୋଭାଇଡରର୍ସ, ସେଫ୍ଟି ପ୍ରୋଭାଇଡର୍ସ, ବିଭିନ୍ନ ଶିଳ୍ପ କ୍ଷେତ୍ର ଓ ଶିକ୍ଷା କ୍ଷେତ୍ର ଆମେ ଏକତ୍ରିତ କରିଛୁ। ଖାଦ୍ୟର ଉତ୍ପାଦନ ଓ ଖାଦ୍ୟ ନଷ୍ଟରୁ ବଞ୍ଚାଇବା ନିମିତ୍ତ ଖାଦ୍ୟର ପ୍ରକ୍ରିୟାକରଣ ଓ ମାର୍କେଟିଙ୍ଗ ଉପରେ ଗୁରୁତ୍ବ ଦେବା ଦରକାର ବୋଲି ମତ ପ୍ରକାଶ କରିଥିଲେ।

ଆଇସିସିର ବରିଷ୍ଠ ନିର୍ଦେଶିକା ମଧୁପର୍ଣ୍ଣା ଭୋମିକ୍ ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟ ଅତିଥି ଭାବେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଟଙ୍କଧର ସାହୁ, ଶିଳ୍ପାଞ୍ଚଳ କଟକର ଉପ ନିର୍ଦ୍ଦେଶକ ମିତାଶୁଂ ତ୍ରିପାଠୀ, ସି ଫୁଡ୍ ଏକ୍ସପୋଟର୍ସ ଆସୋସିଏସନ ଅଫ୍ ଇଣ୍ଡିଆର ରିଜୋନାଲ ପ୍ରେସିଡେଣ୍ଟ ଡ.କମଳେଶ ମିଶ୍ର, ଓୟୁଏଟିର ଫୁଡ୍ ପ୍ରୋସେସିଂ ଇଞ୍ଜିନିୟର ଡ.କଳ୍ପନା ରାୟଗୁରୁ, ଏସବିଆଈ ଭୁବନେଶ୍ବରର ଏଜିଏମ୍ ଡ.ମିଲନ କୁମାର ପାତ୍ର, ୟୁନିଅନ ବ୍ୟାଙ୍କର ଡିଜିଏମ ତଥା ଆଞ୍ଚଳିକ ମୁଖ୍ୟ ନିରଞ୍ଜନ ବାରିକ, ଓଡିଶା କୋଲ୍ଡ ଷ୍ଟୋରେଜ୍ ଆସୋସିଏସନ ଓଡିଶାର ପ୍ରେସିଡେଣ୍ଟ ଜନାର୍ଦ୍ଦନ ସାହୁ, ଦେଭିକ୍ ଫୁଡ୍ ଓ ବେଭରେଜ୍ ପ୍ରା.ଲିର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡ.ଭାଓ୍ବାନା ଗୁପ୍ତା ଯୋଗଦେଇଥିଲେ।

- Advertisement -

ଏହି କାର୍ଯ୍ୟକ୍ରମରେ ଆଇସିସିର ଆଞ୍ଚଳିକ ମୁଖ୍ୟ ଜେପି ପାଲ ଓ ଅନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ୧୩୦ ରୁ ଅଧିକ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗୀ, ଓଡିଶା ମିଲେଟ ମିଶନର ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟ, ଏଫପିଓ , ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଏବଂ ଓଡିଶା ରାଜ୍ୟର ଟେକ୍ନୋଲୋଜିଷ୍ଟମାନେ ଯୋଗ ଦେଇଥିଲେ।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories