www.samajalive.in
Monday, December 15, 2025
16.1 C
Bhubaneswar

ପଦ୍ମ-ମେଘନା ଅଭୟାରଣ୍ୟରେ ମାଛ ଧରିବା ଉପରେ ୨ ମାସ ପାଇଁ କଟକଣା

ଡେସ୍କ: ବାଂଲାଦେଶରେ ପଦ୍ମ-ମେଘନା ଅଭୟାରଣ୍ୟରେ ମାଛ ଧରିବା ଉପରେ ୨ ମାସ ପାଇଁ କଟକଣା ଜାରି କରାଯାଇଛି। ଆସନ୍ତାକାଲିଠାରୁ ଏହି କଟକଣା ଲାଗୁ ହେବ। ନ୍ୟାସନାଲ ଟାସ୍କ ଫୋର୍ସ କମିଟି ପକ୍ଷରୁ ହିଲ୍ସା ରିସୋର୍ସ ଡେଭଲପମେଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଜଳଜ ପରିବେଶକୁ ସୁରକ୍ଷିତ ରଖିବା ଏବଂ ହିଲ୍ସାର ମାଛ ପ୍ରଜାତିର ପ୍ରଜନନକୁ ପ୍ରୋତ୍ସାହିତ କରିବା ଏହାର ଉଦ୍ଦେଶ୍ୟ। ଏହି ଅଭୟାରଣ୍ୟ ମଟଲାବ ଉତ୍ତର ଉପଜିଲାର ସତନାଳଠାରୁ ହେମଚର ଉପଜିଲାର ଚାରଭୈରବି ପର୍ଯ୍ୟନ୍ତ ୭୦ କିଲୋମିଟର ପରିବ୍ୟାପ୍ତ। ହିଲ୍ସା ସମ୍ବଳ ବିକାଶ ନେଇ ଜାତୀୟ ଟାସ୍କ ଫୋର୍ସ କମିଟି ବୈଠକ କରିଛି। ସରକାରଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବା ସହ ପଦ୍ମ ମେଘନା ଗାଁର ମତ୍ସ୍ୟଜୀବୀଙ୍କୁ ସଚେତନ କରିବା ଏହି ବୈଠକର ଉଦ୍ଦେଶ୍ୟ ଥିଲା। ଏହି କଟକଣା ଦ୍ୱାରା ଚାନ୍ଦପୁର ଜିଲ୍ଲାର ୪୩ ହଜାର ପଞ୍ଜୀକୃତ ମତ୍ସ୍ୟଜୀବୀ ପ୍ରଭାବିତ ହେବେ। ଚାନ୍ଦପୁର ଜିଲ୍ଲା ମତ୍ସ୍ୟ ଅଧିକାରୀ କହିଛନ୍ତି ଯେ ବାଂଲାଦେଶ ସରକାର ମତ୍ସ୍ୟଜୀବୀଙ୍କୁ ମୁଣ୍ଡ ପିଛା ୪୦ କିଲୋଗ୍ରାମ ଖାଦ୍ୟଶସ୍ୟ ଯୋଗାଇ ଦେବେ।

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶ

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories