www.samajalive.in
Monday, December 15, 2025
15.1 C
Bhubaneswar

ଯୌତୁକ ଦାବିରେ ବୋହୂକୁ ହତ୍ୟା ଘଟଣା: ସ୍ୱାମୀ, ଶ୍ବଶୂର ଓ ଶାଶୂଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଅତିରିକ୍ତ ଦୌରାଜଜ ତୁରେକେଲା ଥାନା ଅନ୍ତର୍ଗତ ରାମୁଡ଼ ଗାଁରେ ୨୦୧୭ ମସିହାରେ ଯୌତୁକ ଦାବିରେ ହତ୍ୟା ମାମଲାରେ ନିଷ୍ପତ୍ତି ଶୁଣାଇଛନ୍ତି । ବୋହୂ ଅନିତା ସାହୁଙ୍କୁ ବିଷ ଦେଇ ଜୀବନରୁ ମାରିଥିବା ଅଭିଯୋଗରେ ଆଜି ଜିଲ୍ଲା ଅତିରିକ୍ତ ଦୌରାଜଜ ହିମାଂଶୁ ଶେଖର ମଲ୍ଲିକ ରାମୁଡ଼ ଗାଁର ସ୍ୱାମୀ ନୃପ ସାହୁ, ଶ୍ବଶୂର ଜୀବର୍ଧନ ସାହୁ, ଶାଶୂ ମୋତିସାହୁଙ୍କୁ ୧୯  ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ୩ ଜଣଙ୍କୁ ପୃଥକ ଦଫା ୩୫୪(ବି )-ରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ଦଫା ୪୯୮(ଏ ), ରେ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା, ଜୋରିମାନା ଟଙ୍କା ପୈଠ ନକଲେ ଅଧିକ ୬ମାସ ଜେଲ ଦଣ୍ଡ, ୪(ଡ଼ିପି) ଆକ୍ଟରେ ୧ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କାଜୋରିମାନା, ଅନାଦେୟ ଅଧିକ ୬ ମାସ ଦେଲ ଦଣ୍ଡ, ସର୍ବ ମୋଟ ୧୪ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଜୋରିମାନା ନଦେଲେ ଅଧିକ ୧ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି ।

ସୂଚନା ଅନୁସାରେ ରାମୁଡ଼ ଗାଁର ଜୀବର୍ଦ୍ଧନ ସାହୁଙ୍କ ପୁଅ ବୈଦିକ ରୀତିରେ ବରଗଡ଼ ଜିଲ୍ଲା ଗାଇସିଲେଟ ଅଞ୍ଚଳ କେନ୍ଦୁଭଟା ଗାଁର ଜୟଦେବ ସାହୁଙ୍କ ଝିଅ ଅନିତାଙ୍କୁ ୨୦୧୫ ମସିହା ଏପ୍ରିଲ ମାସ ୩୦ ତାରିଖରେ ବିବାହ କରିଥିଲେ । ବିବାହ ପରେ ଅନିତାଙ୍କ ଶ୍ବଶୂରଘର ତରଫରୁ ଯୌତୁକ ନିର୍ଯାତନା ଦିଆଯାଉଥିଲା । ଏହି ଖବର ଅନିତା ବାପାଙ୍କୁ ଜଣାଇବା ସହ ସବୁ କଥା ପୂର୍ବରୁ ଜଣାଇଥିଲେ । ପରେ ଶ୍ବଶୂରଘର ତରଫରୁ ଯୌତୁକ ପାଇଁ ଶେଷରେ ବୋହୂକୁ ଅଜାଣତରେ ଖାଦ୍ୟରେ ବିଷ ମିଶାଇ ବୋହୂକୁ ମାରିବା ଖବର ପାଇ ବାପା ଜୟଦେବ ୨୦୧୭ ମସିହାରେ ଜାନୁଆରୀ ୬ ତାରିଖରେ ତୁରେକେଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତତ୍କାଳୀନ ଥାନା ଭାରପ୍ରାପ୍ତ ଅଧିକାରୀ ସତ୍ୟଜିତ କଣ୍ଡେଲକେଲ ତଦନ୍ତ ଭାର ନିଜ ହାତକୁ ନେଇ ସ୍ୱାମୀ, ଶାଶୂ, ଶ୍ବଶୂର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ପରେ ଏମାନେ ଜାମିନ ପାଇ ଜେଲରୁ ବାହାରିଥିଲେ ।

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories