www.samajalive.in
Monday, December 15, 2025
14.1 C
Bhubaneswar

୧୫୦ଟି ରେଳ ଷ୍ଟେସନକୁ ‘ଇଟ୍ ରାଇଟ୍ ଷ୍ଟେସନ୍’ ମାନ୍ୟତା

ଡେସ୍କ: ପ୍ରତିଦିନ ଲକ୍ଷ ଲକ୍ଷ ଭାରତୀୟ ରେଳ ଷ୍ଟେସନ ଦେଇ ଯାତାୟାତ କରିଥାନ୍ତି। ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ)ର ଇଟ୍ ରାଇଟ୍ ଷ୍ଟେସନ୍ ପଦକ୍ଷେପ ଏହି ଜନଗହଳିପୂର୍ଣ୍ଣ ହବ୍ ମଧ୍ୟରେ ସୁରକ୍ଷିତ ଏବଂ ସୁସ୍ଥ ଖାଦ୍ୟ ଉପଲବ୍ଧତା ସୁନିଶ୍ଚିତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି। ବର୍ତ୍ତମାନ ସୁଦ୍ଧା ଦେଶର ୧୫୦ଟି ରେଳ ଷ୍ଟେସନକୁ ଇଟ୍ ରାଇଟ୍ ଷ୍ଟେସନ ଭାବେ ମାନ୍ୟତା ମିଳିଛି, ଯାହା ଇଟ୍ ରାଇଟ୍ ଇଣ୍ଡିଆ ଅଭିଯାନର ଅଗ୍ରଗତିରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ, ଯାହା ଦେଶର ବିଶାଳ ରେଳ ନେଟୱାର୍କ ଅତିକ୍ରମ କରୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କ ପାଇଁ ସୁରକ୍ଷିତ, ସ୍ୱଚ୍ଛ ଏବଂ ପୁଷ୍ଟିକର ଖାଦ୍ୟ ବିକଳ୍ପ ସୁନିଶ୍ଚିତ କରୁଛି।

“ଇଟ୍ ରାଇଟ୍ ଷ୍ଟେସନ” ସାର୍ଟିଫିକେସନ୍ ପ୍ରକ୍ରିୟାରେ ଖାଦ୍ୟ ବିକ୍ରେତାଙ୍କ କଠୋର ଅଡିଟ୍, ଖାଦ୍ୟ ପରିଚାଳନାକାରୀଙ୍କୁ ପ୍ରଶିକ୍ଷଣ, କଠୋର ସ୍ୱଚ୍ଛତା ଏବଂ ପରିମଳ ପ୍ରୋଟୋକଲ୍ ପାଳନ କରିବାଏବଂ ସଚେତନ ଖାଦ୍ୟ ପସନ୍ଦ କରିବା ପାଇଁ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପ୍ରୟାସ ଅନ୍ତର୍ଭୁକ୍ତ ।ଏହି କଠୋର ମାନଦଣ୍ଡ ପୂରଣ କରୁଥିବା ଷ୍ଟେସନଗୁଡ଼ିକୁ “ଇଟ୍ ରାଇଟ୍ ଷ୍ଟେସନ” ସାର୍ଟିଫିକେଟ୍ ପ୍ରଦାନ କରାଯାଏ।

- Advertisement -

ଦିଲ୍ଲୀ, ବାରଣାସୀ, କୋଲକାତା, ଉଜ୍ଜୈନ, ଅଯୋଧ୍ୟା କ୍ୟାଣ୍ଟ, ହାଇଦ୍ରାବାଦ, ଚଣ୍ଡିଗଡ଼, କୋଝିକୋଡ଼, ଗୁଆହାଟୀ, ବିଶାଖାପାଟଣା, ଭୁବନେଶ୍ୱର, ବଡୋଦରା, ମୈସୁର ସିଟି, ଭୋପାଳ, ଇଗତପୁରୀ, ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲ ଏବଂ ଚେନ୍ନାଇର ପୁରାଚି ଥାଲାଇଭର ଡକ୍ଟର ଏମଜି ରାମଚନ୍ଦ୍ରନ ସେଣ୍ଟ୍ରାଲ ରେଳ ଷ୍ଟେସନ ଆଦି ରେଳ ଷ୍ଟେସନକୁ “ଇଟ୍ ରାଇଟ୍ ଷ୍ଟେସନ” ମାନ୍ୟତା ମିଳିଛି।

ଏହି ପଦକ୍ଷେପ କେବଳ ଯାତ୍ରୀଙ୍କ ପାଇଁ ଲାଭଦାୟକ ନୁହେଁ ବରଂ ରେଳ ଷ୍ଟେସନରେ ଖାଦ୍ୟ ବିକ୍ରେତାଙ୍କୁ ମଧ୍ୟ ସଶକ୍ତ କରୁଛି। ଖାଦ୍ୟ ନିରାପତ୍ତା ଏବଂ ସ୍ୱଚ୍ଛତା ମାନଦଣ୍ଡ କୁ ପାଳନ କରି, ସେମାନେ ବିଶ୍ୱସନୀୟତା ହାସଲ କରନ୍ତି ଏବଂ ଅଧିକ ଗ୍ରାହକଙ୍କୁ ଆକୃଷ୍ଟ କରନ୍ତି, ଶେଷରେ ସେମାନଙ୍କଜୀବିକାକୁ ବୃଦ୍ଧି କରନ୍ତି।

ଦେଶର ୬ଟି ଅଗ୍ରଣୀ ମେଟ୍ରୋ ଷ୍ଟେସନ ମଧ୍ୟ ଏହି ପ୍ରୟାସରେ ସାମିଲ ହୋଇଛନ୍ତି ଏବଂ ଏହାକୁ ଇଟ୍ ରାଇଟ୍ ଷ୍ଟେସନ ଭାବରେ ସ୍ୱୀକୃତି ମିଳିଛି । ସେଗୁଡ଼ିକ ମଧ୍ୟରେ ନୋଏଡା ସେକ୍ଟର ୫୧, ଏସପ୍ଲାନେଡ୍ (କୋଲକାତା), ଆଇଆଇଟି କାନପୁର, ବୋଟାନିକାଲ ଗାର୍ଡେନ୍ (ନୋଏଡା) ଏବଂ ନୋଏଡା ଇଲେକ୍ଟ୍ରୋନିକ୍ ସିଟି ମେଟ୍ରୋ ଷ୍ଟେସନ ରହିଛି।

ପଦ୍ମ-ମେଘନା ଅଭୟାରଣ୍ୟରେ ମାଛ ଧରିବା ଉପରେ ୨ ମାସ ପାଇଁ କଟକଣା

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories