www.samajalive.in
Monday, December 15, 2025
24.1 C
Bhubaneswar

ସାମାନ୍ୟ ଝଗଡାରୁ ବାପାକୁ ହତ୍ୟା କଲା ପୁଅ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଅନ୍ତର୍ଗତ ପାହାର ଶ୍ରିଗିଡ଼ା ପଞ୍ଚାୟତର ଲବାନଟିକ୍ରାଠାରେ ସାମାନ୍ୟ ଝଗଡାକୁ ନେଇ ଜଣେ ପୁଅ ତା ବାପାଙ୍କୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି  । ମୃତକଙ୍କ ଜ୍ବାଇଁ ଅରୁଣ ଖଡିଆଙ୍କ ଲିଖିତ ଅଭିଯୋଗରୁ ଜଣାପଡିଛି ଯେ ମୃତ ବ୍ୟକ୍ତି ହେଉଛନ୍ତି ଜୀବର୍ଦ୍ଧନ ଖଡ଼ିଆ । ତାଙ୍କର ବଡ ଝିଅ ଦୀପାର ବାହାଘର ଗତ ୭ ତାରିଖରେ ହୋଇଥିଲା ।  ସେହି ବିବାହ ସମୟରେ ଲାଗିଥିବା ମଡୁଆକୁ ଖୋଲିଦେବା ପାଇଁ ଗତକାଲି ଅପରାହ୍ନ  ପ୍ରାୟ ୩ ଟା ୩୦ ମିନିଟ  ସମୟରେ  ନିଜ ପୁଅ ସଞ୍ଜୀବ ଖଡ଼ିଆକୁ କହିଥିଲେ । ପୁଅ କିନ୍ତୁ ଖୋଲିବା ପାଇଁ  ମନା କରିଦେଇଥିଲା  । ଫଳରେ ଉଭୟଙ୍କ ମଧ୍ୟରେ କିଛି ପାଟିତୁଣ୍ଡ ହୋଇଥିଲା ।

ପରେ  ରାତିରେ ଉଭୟ ମଦ ପିଇ  ପୁଣି ପୂର୍ବ କଥାକୁ କେନ୍ଦ୍ର କରି ପରସ୍ପର ମଧ୍ୟରେ ଝଗଡା କରିଥିଲେ । ରାତି ପ୍ରାୟ ଗୋଟାଏରେ ପୁଅ ସଞ୍ଜୀବ ରାଗିଯାଇ ବାପାଙ୍କ ମୁଣ୍ଡରେ ଏକ ବାଡ଼ିରେ ପିଟିଦେବା ଫଳରେ ଘଟଣାସ୍ଥଳରେ ଜୀବର୍ଦ୍ଧନଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀଙ୍କ ସହ ସମସ୍ତ ପୁଲିସ କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ସଞ୍ଜୀବକୁ ଗିରଫ କରି ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ପୁଲିସ ।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories