www.samajalive.in
Monday, December 15, 2025
15.1 C
Bhubaneswar

ଦେଓଗାଁ ବ୍ଳକ ସ୍ତରୀୟ ସୁଧ ବଣ୍ଟନ କାର୍ଯ୍ୟକ୍ରମ ଉଦଯାପିତ

ଦେଓଗାଁ: ଦେଓଗାଁ ବ୍ଳକ କାର୍ଯ୍ୟାଳୟ ପରିସରରେ ସୁଧ ପଇଠ କରିଥିବା ମହିଳା ସ୍ବୟଂ ସହାୟକ ଦଳକୁ ସୁଧ ଫେରସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଦେଓଗାଁ ଓଡ଼ିଶା ଜୀବନ ଜିବିକା ମିଶନର ପ୍ରକଳ୍ପ ସଂଯୋଜକ ପ୍ରଦିପ ଛତ୍ରିଆ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଳକ ଅଧ୍ୟକ୍ଷ ଦୟାନିଧୀ ଖମାରୀ, ବିଡ଼ିଓ କ୍ଷମାନିଧୀ ଭୋଇ, ପୂର୍ବ ବ୍ଲକ ଅଧ୍ୟକ୍ଷ ତଥା ସାଲେପଲି ସମିତି ସଭ୍ୟ ଲକ୍ଷ୍ମଣ ମେହେର, ଜିଲା ପରିଷଦ ସଭ୍ୟା ମମତା କୁମୁରା ଓ ସୁମତୀ ସେଠ, ସିଡ଼ିପିଓ ସୁକାନ୍ତୀ ବେହେରା, ଦେଓଗାଁ, ସାଲେପାଲି, ବଡ଼ ବାହାଲ, ଉଡାର ସରପଞ୍ଚ ଯଥା କ୍ରମେ ନିନା ଛତ୍ରିଆ ଓ ବଲ୍ଲବୀ ସାହୁ, ଜୋତ୍ସ୍ନାମୟୀ ରଣା, ପଞ୍ଚମୀ ଦୀପ, ମିଶନ ଶକ୍ତି ପ୍ରକଳ୍ପ ସଂଯୋଜକ ଭକ୍ତି ଭୂଷଣ ପଣ୍ଡା, ଦେଓଗାଁ ବ୍ୟାଙ୍କ ପରିଚାଳକ ଅନନ୍ତ ଦାସ ବନ୍ଧପଡ଼ା ବ୍ୟାଙ୍କ ପରିଚାଳକ ସୁଶାନ୍ତ ଭୋଇ, ତୁଷୁରା ଷ୍ଟେଟ ବ୍ୟାଙ୍କ ପରିଚାଳକ ସତ୍ୟଜିତ ଭୋଇ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଦେଓଗାଁ ବ୍ଳକର ସମସ୍ତ ଗାଁରୁ ଆସିଥିବା ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର ଓ ମହିଳାସ୍ବୟଂ ସହାୟକ ଦଳର ମାଁମାନେ ଯୋଗ ଦେଇଥିଲେ।
ଦେଓଗାଁ ବ୍ଲକର ମୋଟ ୯୦୭ଟି ମହିଳା ସ୍ବୟଂ ସହାୟକ ଦଳ ବ୍ୟାଙ୍କ ସହ ସଂଯୋଗ ହୋଇଥିବା ବେଳେ ବିଭିନ୍ନ ସମୟରେ ଋଣ ଦେଇ ଠିକ ଭାବେ ଓ ଠିକ ସମୟରେ ସୁଧ ସହ ମୂଳ ପଇଠ କରିଥିବା ୬୩୮ଟି ଏସଏଚଜି ଦଳକୁ ୧୩ ଲକ୍ଷ ୧୫ହଜାର ୭୮୦ଟଙ୍କା ସୁଧ ଚେକ ଆକାରରେ ଫେରସ୍ତ କରାଯାଇଛି। ଆସନ୍ତା ଦିନରେ ବିନା ସୁଧରେ ୧୦ଲକ୍ଷ ଟଙ୍କା ଋଣ ଆକାରରେ ଦିଆଯିବ । ସମସ୍ତ ମୂଳ ଓ ସୁଧକୁ କିସ୍ତି ଆକାରରେ ଭାଗ କରାଯିବ। ଯେଉଁ ଦଳ ସମସ୍ତ କିସ୍ତି ଠିକ ସମୟରେ ଠିକ ଭାବେ ପଇଠ କରିବେ ତାଙ୍କ ସୁଧ ଟଙ୍କା ଫେରସ୍ତ କରି ଦିଆଯିବ। ଏହି ସୁଧ ଟଙ୍କା ରାଜ୍ୟ ସରକାର ବହନ କରିବେ ବୋଲି ମଞ୍ଚରେ ଅତିଥିମାନେ ମତ ପ୍ରଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories