www.samajalive.in
Saturday, December 6, 2025
23.1 C
Bhubaneswar

୧୨୦ ବର୍ଷ ପୂର୍ବେ ନିଖୋଜ ଜାହାଜ ଅଷ୍ଟ୍ରେଲିଆରେ ଠାବ

ମେଲବୋର୍ଣ୍ଣ: ଆଜକୁ ୧୨୦ ବର୍ଷ ପୂର୍ବେ ନିଖୋଜ ହୋଇଥିବା ଏକ ଜାହାଜକୁ ନିକଟରେ ଅଷ୍ଟ୍ରେଲିଆରେ ଠାବ କରାଯାଇଛି। ଆମେରିକୀୟ ସମ୍ବାଦପତ୍ର ‘ନ୍ୟୁୟର୍କ ପୋଷ୍ଟ୍‌’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୧୯୦୪ ମସିହାରେ କୋଇଲା ବୋଝେଇ ଏସ୍‌ଏସ୍‌ ନେମେସିସ୍‌ ନାମକ ଏହି ଜାହାଜ ମେଲବୋର୍ଣ୍ଣ ଅଭିମୁଖେ ଯାତ୍ରା କରୁଥିଲା। ତେବେ ନିଉ ସାଉଥ୍‌ ୱେଲ୍‌ସ ନିକଟରେ ସାମୁଦ୍ରିକ ଝଡର ସମ୍ମୁଖୀନ ହେବାପରେ ୩୨ ନାବିକଙ୍କ ସହ ଜାହାଜଟି ବୁଡିଯାଇଥିଲା। ଦୁର୍ଘଟଣାର କିଛି ସପ୍ତାହ ପରେ ଏକାଧିକ ନାବିକଙ୍କ ମୃତଦେହ ଓ ଜାହାଜର କେତେକ ଯନ୍ତ୍ରାଂଶ ସମୁଦ୍ରକୂଳରେ ଲାଗିଥିଲେ ସୁଦ୍ଧା ୨୪୦ ଫୁଟ ଲମ୍ବ ଜାହାଜର ପତ୍ତା ମିଳିନଥିଲା। ୧୨୦ ବର୍ଷ ପରେ ରିମୋଟ୍‌ ସେନ୍‌ସିଂ କମ୍ପାନୀ ‘ସବ୍‌ସି ପ୍ରଫେସନାଲ ମେରାଇନ ସର୍ଭିସେସ୍‌’ ପକ୍ଷରୁ ସିଡ୍‌ନୀ ନିକଟରେ ସମୁଦ୍ର ଭିତରେ ଉକ୍ତ ଜାହାଜକୁ ଠାବ କରାଯାଇଛି। ପ୍ରଥମେ ଏହା ଏସ୍‌ଏସ୍‌ ନେମେସିସ୍‌ ଭଗ୍ନାଂଶ ବୋଲି ଅନୁମାନ କରାଯାଉଥିଲା। ତେବେ ଅଷ୍ଟ୍ରେଲୀୟ ସାମୁଦ୍ରିକ ଗବେଷଣା ସଂସ୍ଥା ସିଏସ୍‌ଆଇଆରଓ ପକ୍ଷରୁ ଏହାକୁ ସ୍ବୀକୃତି ପ୍ରଦାନ କରାଯାଇଛି। ସମୁଦ୍ର ଶଯ୍ୟାରୁ ଜାହାଜର ଦୁଇଟି ଲଙ୍ଗରକୁ ଉଦ୍ଧାର କରାଯାଇଛି। ଜାହାଜ ଠାବ ହେବାପରେ ସରକାରଙ୍କ ପକ୍ଷରୁ ନାବିକଙ୍କ ପରିବାର ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏହି ଦୁର୍ଘଟଣାରେ ୪୦ ଶିଶୁ ବାପଛେଉଣ୍ଡ ହୋଇଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories