ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍ ପୋଲ ତଳକୁ ଖସିପଡିଛି। ଦୁର୍ଘଟଣାରେ ୩୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ଜଣ ଆହତ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ସନ୍ଧ୍ୟା ୫ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ବସ୍ରେ ମାଲିୟନ୍ ଏବଂ ପଶ୍ଚିମ ଆଫ୍ରିକାର କିଛି ନାଗରିକ ଥିଲେ। ବସ୍ଟି ବୁର୍କିନାରୁ ଫାସୋ ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି। ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।
Popular Categories



