www.samajalive.in
Monday, December 15, 2025
26.1 C
Bhubaneswar

ଜୟାପ୍ରଦା ପଳାତକ ଘୋଷିତ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟାପ୍ରଦାଙ୍କୁ ସ୍ବତନ୍ତ୍ର ଅଦାଲତ ପଳାତକ ଘୋଷଣା କରିଛନ୍ତି। ଜୟାପ୍ରଦାଙ୍କ ବିରୋଧରେ ଥିବା ଦୁଇଟି ମାମଲାର ଶୁଣାଣି ସମୟରେ ସେ ଅଦାଲତରେ ହାଜର ହୋଇ ନଥିବାରୁ ତାଙ୍କୁ ପଳାତକ ଘୋଷଣା କରାଯାଇଛି। ୨୦୧୯ ଲୋକସଭା ନିର୍ବାଚନରେ ଜୟାପ୍ରଦା ବିଜେପି ଟିକଟରେ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ। ୨୦୧୯ରେ ନିର୍ବାଚନ ସମୟରେ ଆଚରଣବିଧି ଉଲ୍ଲଙ୍ଘନ କରିବା ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହି ମାମଲା ଆଧାରରେ ତାଙ୍କ ବିରୋଧରେ ଅଦାଲତ ୭ଥର ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ। ମାତ୍ର ସେ ଅଦାଲତରେ ହାଜର ହୋଇ ନଥିଲେ। ଏହାକୁ ନେଇ ସ୍ବତନ୍ତ୍ର ଏମପି/ଏମଏଲଏ ଅଦାଲତର ବିଚାରପତି ସୋଭିତ ବଂଶଲ ଜୟାପ୍ରଦାଙ୍କୁ ପଳାତକ ଘୋଷଣା କରିବା ସହିତ ତାଙ୍କୁ ଆସନ୍ତା ମାର୍ଚ୍ଚ ୬ରେ ହାଜର କରାଇବାକୁ ନିର୍ଦେଶ ଦେଇଛନ୍ତି। ଏଥିପାଇଁ ଡେପୁଟି ଏସ୍‌ପିଙ୍କ ନେତୃତ୍ବରେ ସ୍ବତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇଛି। ଜୟାପ୍ରଦା ହିନ୍ଦୀ ଓ ତେଲୁଗୁ ଚଳଚ୍ଚିତ୍ର ଜଗତର ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ। ୧୯୯୪ରେ ସେ ତେଲୁଗୁ ଦେଶମ ପାର୍ଟି (ଟିଡିପି)ରେ ଯୋଗ ଦେଇଥିଲେ। ୨୦୦୪ରେ ସେ ସମାଜବାଦୀ ପାର୍ଟିରେ, ୨୦୧୪ରେ ରାଷ୍ଟ୍ରୀୟ ଲୋକ ଦଳ ଓ ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସେ ଉତ୍ତରପ୍ରଦେଶ ରାମପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୬ରୁ ୨୦୦୨ ପର୍ଯ୍ୟନ୍ତ ସେ ରାଜ୍ୟସଭା ସାଂସଦ ଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories