www.samajalive.in
Saturday, December 6, 2025
26.1 C
Bhubaneswar

ଥଇଥାନ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲେ ଓଟିଏମ୍ କଲୋନୀ ଓ ବସ୍ତି ସଂଗଠନ

ଚୌଦ୍ୱାର : ଓଟିଏମ୍ ସ୍ଥାନରେ ନୂତନ ଶିଳ୍ପ ପ୍ରତିଷ୍ଠା ହେଉଥିବାରୁ ଏଥିପାଇଁ ବିସ୍ଥାପିତ ହେବାକୁ ଥିବା ପରିବାରଙ୍କୁ ଥଇଥାନ କରିବା ଦିଗରେ ତୁରନ୍ତ ପଦକ୍ଷେପ ପାଇଁ ଓଟିଏମ୍ କଲେନୀ ଓ ବସ୍ତି ବାସିନ୍ଦା ଥଇଥାନ ସଂଗଠନ ତରଫରୁ କଟକ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସଂଗଠନ ତରଫରୁ ଜୟସିଂ, ସରିତା ଦାସ, ଭୀମସେନ ବିଶ୍ୱାଳ, ବିଶ୍ୱଜିତ୍ ଭଞ୍ଜ, ଜିତୁ ମହାନ୍ତି, କାହ୍ନୁ ନନ୍ଦ ପ୍ରମୁଖ ପ୍ରତିନିଧି ମଙ୍ଗଳବାର ଦିନ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ଭେଟି ବିସ୍ଥାପିତ ମାନଙ୍କ ଥଇଥାନ ସମ୍ପର୍କରେ ଆଲୋଚନା କରିଥିଲେ । ନୂତନ ଶିଳ୍ପ ପ୍ରତିଷ୍ଠା ହେଲେ ଓଟିଏମ୍ କଲୋନୀ ଓ ଏଥି ସଂଲଗ୍ନ ବିଭିନ୍ନ ବସ୍ତିରେ ରହୁଥିବା ୨ହଜାର ପରିବାର ବିସ୍ଥାପିତ ହେବେ ବୋଲି ପ୍ରକାଶ କରି ଉକ୍ତ ୨ହଜାର ପରିବାରକୁ ଥଇଥାନ କରିବାର ବ୍ୟବସ୍ଥା କରିବାପାଇଁ ସଂଘ ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ।
ସୂଚନାଯୋଗ୍ୟଯେ ଓଟିଏମ୍ ଭିତ୍ତିଭୂମି ଉପରେ ୱେଲସ୍ପନ୍ କମ୍ପାନୀ ଦ୍ୱାରା ସମନ୍ୱିତ ବୟନ ଶିଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଗତ ୧୭ ତାରିଖରେ ଭିତ୍ତି ପ୍ରସ୍ତର ସ୍ଥାପନ କରି ଯାଇଛନ୍ତି । ଏହି କାରାଖାନା ପ୍ରତିଷ୍ଠା ପାଇଁ ବିସ୍ଥାପିତ ହେଉଥିବା ଓଟିଏମ୍ କଲୋନୀବାସୀ ଓ କଲୋନୀ ସଂଲଗ୍ନ ବସ୍ତିବାସିନ୍ଦା ମାନଙ୍କୁ ଥଇଥାନ କରିବା ପାଇଁ ପଦକ୍ଷେପ ନେବାକୁ କଟକ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ଭିତ୍ତି ପ୍ରସ୍ତର ସ୍ଥାପନ ସଭାରେ ଘୋଷଣା କରିଥିଲେ । ତେବେ ବିସ୍ଥାପିତ ହେବାକୁ ଥିବା ୭୦୦ ପରିବାରର ତାଲିକା ଜିଲ୍ଲା ପ୍ରଶାସନ ପାଖରେ ଥିବା ପ୍ରକାଶ କରି ଆଉଥରେ ପ୍ରଶାସନିକ ସ୍ତରରେ ଏକ ସର୍ଭେ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ପ୍ରତିଶ୍ରୁତି ଦେଇଥିବା ପ୍ରତିନିଧି ମାନେ ସୂଚନା ଦେଇଛନ୍ତି ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories