www.samajalive.in
Monday, December 15, 2025
27.1 C
Bhubaneswar

ଚଳନ୍ତା ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପିପିଲି :ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ଟୋଲ୍‍ ପ୍ଲାଜା ଠାରେ ସୋମବାର ଏକ ଘରୋଇ ଯାତ୍ରୀବାହୀ ବସ୍‍ରେ ହଠାତ୍‍ ନିଆଁ ଲାଗି ଯାଇଥିବା ବେଳେ ସୌଭାଗ୍ୟବସତଃ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ପୁରୀରୁ ଭୁବନେଶ୍ୱର ଅଭିମୁଖେ ଉକ୍ତ ବସ୍‍ଟି ଯାଉଥିବା ବେଳେ କୌଣସି କାରଣରୁ ବସ୍‍ ତଳେ ଚକା ପାଖରେ ନିଆଁ ଲାଗିଯାଇଥିଲା।

ଟୋଲ୍‍ ପ୍ଲାଜା ନିକଟରେ ଲୋକେ ଏହା ଦେଖି ରଡି ପକାଇବାରୁ ବସ୍‍ଟି ସେଠାରେ ଅଟକି ଯାଇଥିଲା ଓ ବସ୍‍ରେ ଥିବା ୫୦ରୁ ଉର୍ଦ୍ଧ ବ୍ୟକ୍ତି ଗାଡିରୁ ବାହାରକୁ ପଳାଇ ଆସିଥିଲେ। ଟୋଲ୍‍ଗେଟ୍‍ର କର୍ମଚାରୀମାନେ ପାଇପ ଦ୍ୱାରା ପାଣି ପକାଇ ନିଆଁକୁ ଲିଭାଇବାକୁ ଉଦ୍ୟମ କରିଥିବା ବେଳେ ଖବର ପାଇ ପିପିଲି ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ôଚ ଅଗ୍ନିକୁ ଆୟତ୍ତ କରିଥିଲା।

- Advertisement -

ଭୁବନେଶ୍ୱର ଠାରେ ଏକ ରାଜନୈତିକ ଦଳର କାର୍ଯ୍ୟକ୍ରମରେ ଯୋଗଦେବାକୁ ବାଲେଶ୍ୱର ଜିଲା ଚନ୍ଦନେଶ୍ୱର ଅଞ୍ଚଳରୁ ୫୦ରୁ ଉର୍ଦ୍ଧ କର୍ମୀ ଉକ୍ତ ବସ୍‍ ଯୋଗେ ପୁରୀ ଯାଇ ସେଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଭୁବନେଶ୍ୱର କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି।

Hot this week

ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories