www.samajalive.in
Sunday, December 14, 2025
19.1 C
Bhubaneswar

ସାଇକଲକୁ ଧକ୍କା ଦେଇ ଛିଟିକି ପଡିଲେ ବାଇକ ଚାଳକ

କଲମପୁର: କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର ଗୁମାବାହାଲ ଛକ ନିକଟରେ ଘଟିଛି ଏକ ଦୁର୍ଘଟଣା। ସାଇକଲକୁ ଧକ୍କା ଦେଇ ବାଇକ ଚାଳକ ଛିଟିକି ପଡିଥିଲେ। ଫଳରେ ଉଭୟ ବାଇକ ଚାଳକ ଏବଂ ସାଇକଲ ଚାଳକ ଗୁରୁତର ହେଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ପ୍ରଥମେ କଲମପୁର ଗୋଷ୍ଟୀ ସ୍ୱାସ୍ତ୍ୟ କେନ୍ଦ୍ର ଓ ପରବର୍ତ୍ତି ସମୟରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଅନୁସାରେ ପଲାସ ଗ୍ରାମର ରୁଦ୍ର ପ୍ରସାଦ ମେହେର ନାମକ ଜନୈକ ବ୍ୟକ୍ତି ଏକ ବାଇକ ଯୋଗେ କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରସ୍ତା ଦେଇ ରାୟଗଡା ଜିଲ୍ଲାର ଟିକିରିକୁ ଯାଉଥିଲେ। କିନ୍ତୁ ଗୁମାବାହାଲ ଛକ ନିକଟରେ ନିଜ ବାଇକରୁ ନିୟନ୍ତ୍ରଣ ହରାଇ ସାଇକଲ ଯୋଗେ ଯାଉଥିବା ଗୁମାବାହାଲ ଗ୍ରାମର ଶୁସିବନ୍ତ ମାଝୀଙ୍କୁ ଧକ୍କା ଦେଇଥିଲେ। ଫଳରେ ଉଭୟ ରୁଦ୍ର ପ୍ରସାଦ ଏବଂ ଶୁସିବନ୍ତ ରାସ୍ତାରେ ଛିଟିକି ପଡି ଗୁରୁତର ହେଇଥିଲେ।

- Advertisement -

ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ଏକ ଅଟୋ ସହାୟତାରେ ଚିକିତ୍ସା ପାଇଁ କଲମପୁର ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ଉଭୟଙ୍କ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ଆବଶ୍ୟକ ହେତୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଉଭୟଙ୍କ ଅଣ୍ଟାରେ ମାଡ ହେଇଥିବା ଦାଇତ୍ୱରେ ଥିବା ଡାକ୍ତର ସୂଚନା ଦେଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories