ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା ଏନଏସି ବଜାର ସାହି ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି। ଏକ ଘରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେମନ୍ତ କନକ ଗୋହି ବୋଲି ଜଣାପଡିଛି। ହେମନ୍ତ ପୋଲସରା ଏନଏସି ବଜାର ସାହିଛକରେ ଏକ ଭଡା ଘରେ ରହୁଥିଲେ। ସୋମବାର ସକାଳୁ ରକ୍ତାକ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। କେହି ଦୁର୍ବୃତ୍ତ ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାର କାରଣ ଜଣାପଡିନଥିବାବେଳେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
Popular Categories



