www.samajalive.in
Saturday, December 6, 2025
17.1 C
Bhubaneswar

ସୋସିଆଲ ମିଡ଼ିଆରେ କେବଳ ଜଣଙ୍କୁ ଫଲୋ କରନ୍ତି ଅମିତାଭ ବଚ୍ଚନ; ଜାଣନ୍ତୁ ସେ କିଏ

ସମାଜ ଡିଜିଟାଲ ଡେସ୍କ: ଶତାଦ୍ଦୀର ମହାନାୟକ ଅମିତାଭ ବଚ୍ଚନ ଚଳଚ୍ଚିତ୍ର ସହିତ ସୋସିଆଲ ମିଡ଼ିଆରେ ବହୁତ ସକ୍ରିୟ ରହିଥାନ୍ତି ଏବଂ ତାଙ୍କର ପ୍ରଶଂସକ ବହୁତ ସଂଖ୍ୟାରେ ରହିଛନ୍ତି। ଫେସବୁକ୍‍ ଏବଂ ଏକ୍ସରେ ଅନେକ ପୋଷ୍ଟ କରି ପ୍ରଶଂସକଙ୍କ ସହ ସେ ଯୋଡି ହୋଇଥାନ୍ତି।

ଫେସବୁକ ଠାରୁ ଇନଷ୍ଟାଗ୍ରାମ ପର୍ଯ୍ୟନ୍ତ କୋଟି କୋଟି ଦର୍ଶକ ଅମିତାଭଙ୍କୁ ଅନୁସରଣ କରିଥାନ୍ତି। ହେଲେ ଆପଣ ଜାଣିଛନ୍ତି କି ଅମିତାଭଙ୍କୁ କୋଟି କୋଟି ଦର୍ଶକ ଅନୁସରଣ କରୁଥିବା ବେଳେ ଅମିତାଭ କେବଳ ଜଣଙ୍କୁ ହିଁ ଅନୁସରଣ କରନ୍ତି। ଅମିତାଭ ଯାହାଙ୍କୁ ଅନୁସରଣ କରୁଛନ୍ତି ସେ କୌଣସି ବଡ ସେଲିବ୍ରେଟି ନୁହଁନ୍ତି କି ତାଙ୍କର କେହି ସମ୍ପର୍କୀୟ ମଧ୍ୟ ନୁହଁନ୍ତି। ଯଦି କୌଣସି ସମ୍ପର୍କ ଅଛି ତାହା ହେଲା ସୁନ୍ଦର ହୃଦୟର। ତେବେ ଆସନ୍ତୁ ଜାଣିବା ଅମିତାଭ କାହାକୁ ଫେସବୁକରେ ଅନୁସରଣ କରୁଛନ୍ତି।

- Advertisement -

ଅମିତାଭ ଫେସବୁକରେ ଅନୁସରଣ କରୁଥିବା ଏକମାତ୍ର ବ୍ୟକ୍ତି ହେଉଛନ୍ତି ଅବନୀ ରାଠି। ଯିଏକି ଦେଖିପାରନ୍ତି ନାହିଁ। ଅମିତାଭଙ୍କ ସହ ଅବନୀଙ୍କ ସାକ୍ଷାତ ଲୋକପ୍ରିୟ ଟେଲିଭିଜନ ସୋ ‘କନ ବନେଗା କରୋଡପତି’ ୧୪ତମ ସିଜିନରେ ହୋଇଥିଲା। ଅବନୀ ଏହି ସିଜିନର ପ୍ରତିଯୋଗୀ ଭାବେ ଆସିଥିଲେ। ଅବନୀ ଜଣେ ଲେଖକ, ଗୀତିକାର ଏବଂ ସଙ୍ଗୀତଜ୍ଞ। ଅମିତାଭଙ୍କ ସହ ସାକ୍ଷାତ କରି ଅବନୀ ବହୁତ ଖୁସି ହୋଇଥିଲେ ଏବଂ ସେ ତାଙ୍କ ଫିଲ୍ମ ବିଷୟରେ ଜାଣନ୍ତି ବୋଲି କହିଥିଲେ। ଅବନୀ ବାସ୍ତବରେ କେତେ କଳାରେ ନିପୁଣ ଆପଣ ତାଙ୍କ ଫେସବୁକ ଆକାଉଣ୍ଟରେ ସେୟାର ହୋଇଥିବା ଭିଡ଼ିଓ ଦେଖିଲେ ଜାଣିପାରିବେ।

୨୦୨୨ରେ ଅମିତାଭ ଅବନୀଙ୍କ ବିଷୟରେ ନିଜ ବ୍ଲଗରେ ଉଲ୍ଲେଖ କରିଥିଲେ। ଅମିତାଭ ଲେଖିଥିଲେ ଯେ ୨୦୧୯ରେ ମୋର ଜନ୍ମଦିନରେ ଅବନୀ ମୋତେ ଏକ ଚିଠି ଲେଖିଥିଲେ। ଏହାର ଉତ୍ତରରେ ମୁଁ କହିଥିଲି ଯେ ମୁଁ ତୁମର ଚିଠି ପାଇଛି। ସେ ମୋତେ ସୋସିଆଲ ମିଡ଼ିଆରେ ଅନୁସରଣ କରନ୍ତି ବୋଲି କହିଥିଲେ। ଏହା ପରେ ମୁଁ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲି ଯେ ମୁଁ ମଧ୍ୟ ତାଙ୍କୁ ଅନୁସରଣ କରିବି। ଏହାପରେ ଅମିତାଭ ତାଙ୍କୁ ଇନଷ୍ଟା, ଫେସବୁକ୍‍ ଏବଂ ଏକ୍ସରେ ଅନୁସରଣ କରିଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories