www.samajalive.in
Saturday, December 6, 2025
14.1 C
Bhubaneswar

ସଂସଦୀୟ ନିର୍ବାଚନ ମଣ୍ଡଳୀର ଅନ୍ୟ ଜିଲ୍ଲାରେ ଅବସ୍ଥାପିତ ହେବେନାହିଁ ଅଧିକାରୀ

ଡେସ୍କ: ୩ ବର୍ଷ ପୂରିବା ପରେ ଜିଲ୍ଲା ବାହାରକୁ ବଦଳି ହୋଇଥିବା ଅଧିକାରୀମାନେ ଯେପରି ସେହି ସଂସଦୀୟ ନିର୍ବାଚନ ମଣ୍ଡଳୀର ଅନ୍ୟ କୌଣସି ଜିଲ୍ଲାରେ ଅବସ୍ଥାପିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ବାଚନ ଆୟୋଗ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇଟି ସଂସଦୀୟ କ୍ଷେତ୍ର ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ନିୟମରୁ ବାଦ୍ ଦିଆଯାଇଛି ବୋଲି ଆୟୋଗ କହିଛନ୍ତି। ସେହି ନିର୍ବାଚନ ମଣ୍ଡଳୀ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ରାଜ୍ୟ ସରକାର ଅଧିକାରୀଙ୍କୁ ନିୟୋଜିତ କରୁଥିବା ମାମଲାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଆୟୋଗଙ୍କ ପୂର୍ବ ନିର୍ଦ୍ଦେଶାବଳୀ ଅନୁଯାୟୀ ପୂର୍ବରୁ କାର୍ଯ୍ୟକାରୀ ହୋଇଥିବା ବଦଳି ଓ ସ୍ଥାନାନ୍ତରଣ ଉପରେ ଏହି ନିୟମ ଲାଗୁ ହେବ। ନିର୍ବାଚନରେ ବାଧା ସୃଷ୍ଟି ହେବା ବିରୋଧରେ ଶୂନ୍ୟ ସହନଶୀଳତା ନୀତି ରହିଛି ବୋଲି ନିର୍ବାଚନ ଆୟୋଗ ଦୋହରାଇଛନ୍ତି।

ନିର୍ବାଚନ ହେରଫେର ନେଇ ପାକିସ୍ତାନରେ ବିକ୍ଷୋଭ ପ୍ରଦର୍ଶନ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories