mission shakti banner

ନିର୍ବାଚନ ହେରଫେର ନେଇ ପାକିସ୍ତାନରେ ବିକ୍ଷୋଭ ପ୍ରଦର୍ଶନ

BSKY banner  750×100

ଡେସ୍କ: ପାକିସ୍ତାନରେ ଜମିୟତ ଉଲେମା-ଏ-ଇସଲାମ ଫଜଲ (ଜେୟୁଆଇଏଫ) ଖୈବର ପଖତୁନଖୱାର ମଲକନ୍ଦ ଏବଂ ହାଜରା ଡିଭିଜନର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛି। ପାକିସ୍ତାନରେ ନିର୍ବାଚନ ହେରଫେର ଓ ଧାର୍ମିକ ସାହିତ୍ୟ ପୁସ୍ତିକା ବଣ୍ଟନ ନେଇ ଜେୟୁଆଇଏଫ ପ୍ରଦର୍ଶନ କରିଥିଲା। କିଛିଦିନ ପୂର୍ବରୁ ସେଠାକାର ସର୍ବୋଚ୍ଚ ଅଦାଲତ ନିଷିଦ୍ଧ ଧାର୍ମିକ ସାହିତ୍ୟ ପୁସ୍ତିକା ବଣ୍ଟନ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଗାଜା ଅସ୍ତ୍ରବିରତି ନେଇ ଆଲୋଚନା, ମୁକ୍ତ ହୋଇପାରନ୍ତି ବିଦେଶୀ ବନ୍ଧକ

ଲାହୋର ହାଇକୋର୍ଟଙ୍କ ରାୟ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେବାର ଦୁଇ ସପ୍ତାହ ପରେ ଖାଇବର ପଖ୍ତୁନଖୱାରେ ଏହି ବିକ୍ଷୋଭ ହୋଇଛି। ଶୁକ୍ରବାର ନମାଜ ପରେ ଜେୟୁଆଇଆଇଏଫର କେନ୍ଦ୍ରୀୟ ନେତୃତ୍ୱ ରାଲି ଆୟୋଜନ କରିଥିଲେ ଯେଉଁଥିରେ ମଲକନ୍ଦ ଡିଭିଜନର ସାଙ୍ଗଲା, ଲୋୟର ଦିର, ବଟ୍ଟା ଗ୍ରାମ, ବୁନେର, ହାଜରା ଏବଂ ଅନ୍ୟାନ୍ୟ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

Comments are closed.